ଏସସିବିରେ କ୍ରେନ୍ ଛିଡ଼ି ୩ ଶ୍ରମିକ ଗୁରୁତର

କଟକ: ଏସସିବିରେ ଅଘଟଣ । ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଛିଡିଲା କ୍ରେନ୍ । ଦୁର୍ଘଟଣାରେ ୩ ଜଣ ଶ୍ରମିକ ଗୁରୁତର । ସମସ୍ତଙ୍କୁ ଏସସିବିରେ କରାଗଲା ଭର୍ତ୍ତି ।

ମିଳିଥିବା ସୂଚନା ଅନୁସାରେ, ଏସସିବିରେ ସମ୍ପ୍ରସାରଣ କାମ ଚାଲିଛି । ଆଜି ୧୦ ମହଲା ଉପରକୁ କ୍ରେନ ସାହାଯ୍ୟରେ ନିର୍ମାଣ ସାମଗ୍ରୀ ଉଠା ଯାଉଥିଲା । ଏହି ସମୟରେ କ୍ରେନଟି ଛିଡ଼ି ଯାଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା, କ୍ରେନ ଛିଡ଼ିବା ସ୍ଥାନରେ ପ୍ରାୟ ୫୦ ଜଣ ଶ୍ରମିକ କାମ କରୁଥିଲେ । କ୍ରେନଟି ତଳେ ପଡ଼ିବା ପରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ।