spot_img

Latest Posts

ନବୀନ ପୁଣି ଗଢିବେ ସରକାର,୨୦୧୯ ଭଳି ୨୪ରେ ବି ସତ ହେବନି ବିଜେପି ଭବିଷ୍ୟବାଣୀ

ନନ୍ଦିଘୋଷ ବ୍ୟୁରୋ : ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଓଡ଼ିଶାରେ ତାଙ୍କ ସପକ୍ଷରେ ହାୱା ରହିଛି । ୨୦୧୯ ଭଳି ୨୦୨୪ରେ ମଧ୍ଯ ବିଜେପିର ଭବିଷ୍ୟତବାଣୀ ଭୁଲ ପ୍ରମାଣିତ ହେବ । ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସକ୍ଷାତକାରରେ ଏଭଳି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ,ନିର୍ବଚନ ପରବର୍ତ୍ତି ସ୍ଥିତି ଓ ରତ୍ନ ଭଣ୍ଡାର ସମେତ ଅନେକ ପ୍ରଶ୍ନର ଉତ୍ତର ଦେଇ ପାଣ୍ଡିଆନ,ଓଡ଼ିଶାରେ ନବୀନଙ୍କ ବିକଳ୍ପ ନାହିଁ,ତେଣୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହିଁ ବୋଲି କହିଛନ୍ତି ।

ଭଗବାନଙ୍କ ଅନୁଗ୍ରହରେ ଏବଂ ଲୋକଙ୍କ ସମର୍ଥନ ବିଜେଡିକୁ ସୁଦୃଢ କରିଛି । ବିଜେଡି ସର୍ବାଧିକ ସଂଖ୍ୟାଗରିଷ୍ଠତା ହାସଲ କରିବ  ଏବଂ ଜୁନ୍ ୯ ତାରିଖରେ , ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଭାବରେ ଶପଥ କରବେ ବୋଲି ପାଣ୍ଡିଆନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କର ମନ୍ତବ୍ୟରେ ସେ ଉତ୍ତର ଦେଇ କହିଛନ୍ତି ଯେ , ୨୦୧୯ରେ ବି ବିଜେପି ପ୍ରଚାର କରୁଥିଲା ସେହି ବର୍ଷ ନବୀନ ପଟ୍ଟନାୟକଙ୍କ ବିଦାୟ ବର୍ଷ। ମାତ୍ର ନିର୍ବାଚନ ଫଳାଫଳ ସବୁ ବଦଳାଇ ଦେଲା। ନବୀନ ପଟ୍ଟନାୟକ ବହୁମତ ଲାଭ କରି ପୁଣି ସରକାରକୁ ଆସିଲେ। ମୁଖ୍ଯମନ୍ତ୍ରୀ ଭାବେ ଷଷ୍ଠ ଥର ଲାଗି ମୁଖ୍ଯମନ୍ତ୍ରୀ ପୁଣି ଦାୟିତ୍ବ ନେବେ। ଯଦି ରାଜ୍ଯକୁ ସ୍ବତନ୍ତ୍ର ମାନ୍ଯତା ଦିଆଯାଏ ତେବେ ତାହା ହିଁ ହେବ ଓଡ଼ିଶାକୁ ଶ୍ରେଷ୍ଠ ଉପହାର।

ପ୍ରଧାନମନ୍ତ୍ରୀ କହୁଛନ୍ତି ସେ ଚାଷୀଙ୍କୁ ୩ ହଜାର ୧ ଶହ ଟଙ୍କା ଏମଏସପି ଦେବେ। ଏହାକୁ ବିଜେପି ଜୋରଦାର ପ୍ରଚାର କରୁଛି। ଯଦି ଏହା ପ୍ରଧାନମନ୍ତ୍ରୀ କରନ୍ତି ତେବେ ଏହା ହେବ ଓଡ଼ିଶାକୁ ମୋଦୀଙ୍କ ଦ୍ବିତୀୟ ଗିଫ୍ଟ। କୋଇଲା ରୟାଲିଟିକୁ ଯଦି ସଂଶୋଧନ କରାଯାଏ ତେବେ ତାହା ଓଡ଼ିଶା ଲାଗି ହେବେ ତୃତୀୟ ଉପହାର ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଜାତୀୟ ଗଣମାଧ୍ଯମ ସଂସ୍ଥାକୁ ଏହା କହିଛନ୍ତି ପାଣ୍ଡିଆନ ।

ନବୀନ ପଟ୍ଟନାୟକ ଜଣେ ରାଜନୀତିଜ୍ଞ ନୁହଁନ୍ତି। ସେ ଜଣେ ମହାନ ବ୍ଯକ୍ତି। ଓଡ଼ିଶାବାସୀଙ୍କୁ ସେବା କରିବା ଲାଗି ତାଙ୍କ ହୃଦୟରେ ରହିଛି ପବିତ୍ର ଭାବନା। ସେ ରାଜନୀତି କରନ୍ତି ନାହିଁ। ସେ ଯଦି ରାଜନୀତି କରିବେ ତେବେ ଓଡ଼ିଶାବାସୀଙ୍କ ସେବା କରିପାରିବେ ନାହିଁ। ଲୋକଙ୍କ ସେବା ଲାଗି ସେ ରାଜନୀତିକୁ ମାଧ୍ଯମ କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ବିଜୟୀ ହେବେ। ଦୁଇଟି ଯାକ ଆସନରୁ ସେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

https://www.youtube.com/watch?v=_Z-GQx7n8vA

Latest Posts

Don't Miss