ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନଙ୍କ ମାରାଥନ ପ୍ରଚାର

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ କାର୍ଯ୍ଯକ୍ରମ । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଶୁକ୍ରବାର ସକାଳ ୧୦ ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ । ସେଠାରୁ ପୁଣି ସମ୍ବଲପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପହଞ୍ଚିବେ । ରିଜର୍ଭ ପୋଲିସ ଗ୍ରାଉଣ୍ଡରୁ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ । ୧୧ ଟା ୩୦ ମିନିଟ ସମୟରେ ପିଏଚଡି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅଇଁଠାପାଲିରୁ ନାକଟିଦେଉଳ ଏବଂ ରେଢ଼ାଖୋଲ ଯିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁର ପରେ ୩ଟା ୩୦ରେ ଅନୁଗୁଳ ଷ୍ଟାଡିୟମରେ ପହଁଛି ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ଠେଙ୍କାନାଳ ଯାଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ଯକ୍ରମ ରହିଛି । ଏନେଇ ବିଜୁ ଜନତା ଦଳର ମୁଖପାତ୍ର ଡ଼. ଲେନିନ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ନିର୍ବାଚନୀ ସଂଯୋଜକ ଇଂ. ସିଦ୍ଧାର୍ଥ ଦାଶ, ସମ୍ବଲପୁର ବିଧାନସଭା ନିର୍ବାଚନ ଦାୟିତ୍ଵରେ ଥିବା ତଥା ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଅଇଁଠାପାଲି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ଯାନ କରିଥିଲେ ।