ବିଜେଡିକୁ ଫେରିଲେ ଦୁଇ ଦୁଇ ଥରର ବିଧାୟକ ରାଘବଚନ୍ଦ୍ର ସେଠୀ

1 min read

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ଘରକୁ ଫେରିଲେ ଦୁଇ ଦୁଇ ଥରର ବିଧାୟକ ରାଘବଚନ୍ଦ୍ର ସେଠୀ । ବାଲିପାଟଣାର ପୂର୍ବତନ କଂଗ୍ରେସ ବିଧାୟକ । ଜୟଦେବରୁ ମଧ୍ୟ ବିଜେଡିରୁ ହୋଇଥିଲେ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ରାଜ୍ୟରେ ହୋଇଥିବା ବିକାଶକୁ କଲେ ପ୍ରଶଂସା । ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ପୂର୍ବତନ ବିଧାୟକ ରାଘବ ସେଠି ଥରେ କଂଗ୍ରେସରୁ ଓ ଥରେ ବିଜେଡି ଟିକେଟରୁ ବାଲିପାଟଣା ଏବଂ ଜୟଦେବରୁ ବିଧାୟକ ହୋଇଥିଲେ ।  ସେ ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେ ଜଣେ ଦକ୍ଷ ସଂଗଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରିଛନ୍ତି ସସ୍ମିତ ପାତ୍ର । ସସ୍ମିତ କହିଲେ, ସେ ଅର୍ବାନ କୋପରେଟିଭ ବ୍ୟାଙ୍କର ପୂର୍ବତନ ସଭାପତି । ଲମ୍ବା ରାଜନୈତିକ ଜୀବନରେ SC ST ଙ୍କ ପାଇଁ କାମ ସହ ସାମାଜିକ ସୁରକ୍ଷା ପାଇଁ ଅତୁଳନୀୟ ଅବଦାନ ରହିଛି । ତାଙ୍କ ମିଶ୍ରଣରେ ଜୟଦେବ ଓ ଭୁବନେଶ୍ୱର ଲୋକସଭାରେ ବିଜେଡି ଆହୁରି ସଶକ୍ତ ରହିବ ।

ଯାହା ଅନୁପ୍ରାଣିତ କରିବ ବିଜେଡିକୁ ଆଗେଇବା ପାଇଁ । ରାଘବ ସେଠି କହିଲେ, ଆଜି ମୋ ପାଇଁ ଶୁଭ ଦିନ । ବିଜେପିରେ କିଛି ସମୟ କାମ କରିବା ପରେ ମୋ ପୁରୁଣା ଘରକୁ ଫେରିଛି । ମୋ ଘରେ ହିଁ ଶାନ୍ତି ପାଇବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ ଚାଳିଶ କୋଟିରୁ ଗୋଟିଏ । ତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲି କାହ ସହ ତୁଳନା ହୋଇ ପାରିବ ନାହିଁ । ରାଜ୍ୟର ବିକାଶ ପାଇଁ ସାରା ପୃଥିବୀରେ ମହିଳା ବିକାଶରେ ଓଡ଼ିଶା ଉଦାହରଣ। ମହିଳାଙ୍କୁ ଗୁରୁତ୍ୱ ଦେଉଛି ଦେବତ୍ୱ କାମ । ମୁଁ ଗୁଣ୍ଡୁଚି ମୂଷା ପରି ବିକାଶ ପାଇଁ ଓ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବି । ମୁଁ ଅନୁଭବ କରୁଛି ବିଜେପି ଖରାପ । ବିଜେଡିର ନେତୃତ୍ୱ ସକ୍ଷମ ଏହା ଓଡ଼ିଶା ସମୃଦ୍ଧି ପାଇଁ ଜାରି କରିବି ବିଜେପି ଅତ୍ୟନ୍ତ ଭ୍ରଷ୍ଟ ।