spot_img

Latest Posts

ରାମଲିଳା ମଇଦାନରୁ ରାହୁଲଙ୍କ ହୁଙ୍କାର, କହିଲେ ବିଜେପି କରିପାରିବନି ୧୮୦ ପାର୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ରାମଲିଳା ମଇଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି । ବିଜେପି ବିରୋଧରେ ମେଳି ବାନ୍ଧିଛନ୍ତି ଇଣ୍ଡିଆ ମେଣ୍ଟର ନେତା । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ମେହେବୁବା ମୁଫତି, ଅରବିନ୍ଦ୍ର କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା ଏବଂ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ପ୍ରମୁଖ ବଡ଼ ବଡ଼ ନେତାମାନେ ଏହି ରାଲିରେ ଯୋଗ ଦେଇ ବିଜେପି ସରକାର ବିରୋଧରେ ବର୍ଷିଥିଲେ । ବିଜେପି ୪୦୦ ପାର୍ ନାରା ଦେଇ ନିର୍ବାଚନ ମଇଦାନରେ ପ୍ରଚାର କରୁଥିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି କି, ବିଜେପି ଏଥରକ ୧୮୦ ପାର କରିପାରିବ ନାହିଁ । ଅମ୍ପାୟରଙ୍କ ସହ ମିଶି ମ୍ୟାଚ୍ ଫିକ୍ସିଂ କରିଥିବା ଭଳି କରିଛି ବିଜେପି । ଆମର ଦୁଇ ଖେଳାଳି ହେମନ୍ତ ସୋରେନ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାଣିଶୁଣି ଜେଲରେ ଭର୍ତ୍ତି କରିଛନ୍ତି । ଯାହାକି ଗଣତନ୍ତ୍ରକୁ ହତ୍ୟା କରିବା ସହ ସମାନ । ଲୋକଙ୍କ ସ୍ବରକୁ ଦମନ କରିବାକୁ ପ୍ରୟାସ କରାଯାଉଛି । ଜାଣିଶୁଣି ଆମର ଦୁଇଟି ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଆମେ ପୋଷ୍ଟର ଛାପିବାକୁ ମଧ୍ୟ ସକ୍ଷମ ନୁହେଁ । ଏହା ଗଣତନ୍ତ୍ରର ବିରୋଧୀ । ଜନତା ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

Latest Posts

Don't Miss