ରାଜ୍ୟ ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ବୈଠକ ସଫଳ
ଭୁବନେଶ୍ବର: ଆଲୋଚନା ମାଧ୍ୟମରେ ହେବ ସବୁ ଦାବିର ସମାଧାନ। ଆଉ ଆଗକୁ ହେବନି ବସ ଧର୍ମଘଟ । ଶୁକ୍ରବାର ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀଙ୍କ ଆଲୋଚନା ସଫଳ ହୋଇଛି । ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆଲୋଚନା ମାଧ୍ୟମରେ ବସ ମାଲିକ ସଂଘର ଦାବିର ସମାଧାନ ହେବ । ତେଣୁ ଆଗକୁ ବସ ଧର୍ମଘଟ ହେବ ନାହିଁ ବୋଲି ସଂଘର ମିଳିଛି ପ୍ରତିଶ୍ରୁତି । ତେବେ ଘରୋଇ ବସ୍ ମାଲିକ ସଂଘ ୩୦ ସୁଦ୍ଧା ଲିଖିତ ଦାବି ଦେବେ । ବ୍ଲକରୁ ଜିଲାକୁ ଗଡିବ ଲକ୍ଷ୍ମୀ ବସ । ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ବିଚାର କରିବ ପରିବହନ କମିଟି । ପ୍ରାରମ୍ଭିକ ସ୍ତରରେ ଯେଉଁ ବ୍ଲକରେ ପରିବହନ ସେବା ନାହିଁ, ସେଠାରେ ଲକ୍ଷ୍ମୀ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଛି । ଲକ୍ଷ୍ମୀ ବସ ରୁଟ ଯାହା ଥିଲା ସେମିତି ରହିବ । ସେହି ଅନୁସାରେ ସାରା ରାଜ୍ୟରେ ଲକ୍ଷ୍ମୀ ବସ ଗଡିବ । ଲକ୍ଷ୍ମୀ ବସ ଚାଲିଲେ ଘରୋଇ ବସ ମାଲିକ ସଂଘର କିଛି କ୍ଷତି ହେବନି।