କୋହଲିଙ୍କ ଜୀବନରେ ‘ବିରାଟ’ ଝଡ଼, କେବେ ଭୁଲି ପାରିନାହାନ୍ତି ସେ….
1 min readଭୁଟାନ: ‘ବେବି କୋ ବେସ୍ ପସନ୍ଦ ହୈ, ବିରାଟ କୋ ଚେଜ୍ ପସନ୍ଦ ହୈ’ । ବଲିଉଡ ସୁପରଷ୍ଟାର ସଲମାନଙ୍କ ସୁଲତାନ ମୁଭିର ଏହି ଗୀତ ‘ବେବି କୋ ବେସ୍ ପସନ୍ଦ ହୈ’ ଧାଡ଼ି ପରେ ବିରାଟଙ୍କ ଅସଂଖ୍ୟ ଫ୍ୟାନ୍ ଯୋଡ଼ିଥିଲେ ଏହି ସେକଣ୍ଡ ଲାଇନ୍, ‘ବିରାଟ କୋ ଚେଜ୍ ପସନ୍ଦ ହୈ’ । ହଁ, ଚେଜ୍ ମାଷ୍ଟର ବିରାଟ କୋହଲି । ଫିଲ୍ଡରେ ସିକନ୍ଦର ଓ ଫ୍ୟାନ୍ଙ୍କ ହାର୍ଟର ଧଡ଼କନ୍ । ତାଙ୍କ ବ୍ୟାଟ୍ ଚାଲୁଥିଲେ ଅଟକିଯାଏ ଇଣ୍ଡିଆ । ରେକର୍ଡ ଖରାପ ହେବାର ଭୟ ଭିତରେ ବୋଲିଂ କରୁଥାନ୍ତି ପ୍ରତିପକ୍ଷର ପ୍ରଭାବୀ ବୋଲର୍ । ବିରାଟ୍ କ୍ରିଜ୍ରେ ଥିବା ଯାଏ ସବୁ କିଛି ସମ୍ଭବ । ସେ ଚେଜ୍ ମାଷ୍ଟର ଓ ଟିମ୍ ଇଣ୍ଡିଆ ପାଇଁ ରନ୍ ମେସିନ୍ ବି । ଭାରତ ଜିତିଲେ ମିଡିଆରେ ହେଡଲାଇନ୍ସ ହୁଏ ‘ବିରାଟ’ ବିଜୟ ।
ଏ ଭିତରେ ୩୧ଟି ବସନ୍ତ ଅତିକ୍ରମ କରିସାରିଲେଣି କୋହଲି । ମାନେ, ଆଜି ହେଉଛି ବିରାଟଙ୍କ ଜନ୍ମଦିନ । ବାଂଲାଦେଶ ଟି-୨୦ରୁ ବିରତ ରହି ପତ୍ନୀ ଅନୁଷ୍କାଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି ବିରାଟ । ଆଉ ବେଶ୍ ନିଆରା ଢ଼ଙ୍ଗରେ ପାଳିଛନ୍ତି ଜନ୍ମଦିନ । କିନ୍ତୁ ଆପଣ ଜାଣନ୍ତି କି ୧୯୮୮ ନଭେମ୍ବର ୫ରେ ଜନ୍ମିତ ଏହି ଦିଲ୍ଲୀ ହିରୋଙ୍କ ସଫଳତା ଅନ୍ତରାଳରେ ରହିଛି ଏକ ଦୁଃଖଦ କାହାଣୀ । ଯେଉଁ କାହାଣୀ ଆପଣଙ୍କୁ ସେ ଚିତ୍ର କଳ୍ପନା କରିବାକୁ ଥରେ ନୁହେଁ ବାରମ୍ବାର ବାଧ୍ୟ କରିବ ।୯୦ ଦଶକର ଶେଷ ଭାଗରେ କ୍ରିକେଟ ପାଇଁ ରୀତିମତ ଟ୍ରେନିଂ ଦେବା ଲକ୍ଷ୍ୟରେ ବାପା ପ୍ରେମ୍ କୋହଲି ୯ ବର୍ଷିୟ ବିରାଟଙ୍କୁ ନେଇ ପହଁଚନ୍ତି ପଶ୍ଚିମ ଦିଲ୍ଲୀ କ୍ରିକେଟ୍ ଏକାଡେମୀର କୋଚ୍ ରାଜକୁମାର ଶର୍ମାଙ୍କ ପାଖରେ । ବ୍ୟାଟ୍ ସହ ଫିଲ୍ଡରେ ୨୦ ଦିନର କସରତ ପରେ ବିରାଟଙ୍କ ଭତିରେ ଏକ ଅବିଶ୍ବସନୀୟ ସ୍ପାର୍କ ଦେଖି ଚକିତ ହୁଅନ୍ତି କୋଚ୍ । ନିଜର କଠିନ ପରିଶ୍ରମ ଓ ଦକ୍ଷତା ବଳରେ ୨୦୦୬ ନଭେମ୍ବରରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ମିଳେ ଡେବ୍ୟୁ ସୁଯୋଗ । କିନ୍ତୁ ତାଙ୍କର ତୃତୀୟ ରଣଜି ମ୍ୟାଚ୍କୁ କେବେବି ଭୁଲିପାରିନାହାନ୍ତି ବିରାଟ । ଅପରାଜିତ ୪୦ ରନ୍ ସହ ବ୍ୟାଟିଂ କରୁଥାନ୍ତି କୋହଲି । ଖବର ଆସିଲା ତାଙ୍କ ବାପା ପ୍ରେମ କୋହଲିଙ୍କ ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଛି । ସମସ୍ତେ ଭାବିଥିଲେ ବିରାଟ କୋହଲୀ ଆଉ ଖେଳିବାକୁ ଆସିବେନି । କିନ୍ତୁ ତା ପର ଦିନର କଥାକୁ କେବେ ଭୁଲିପାରିବେନି ତାଙ୍କ ସହଯୋଗୀ । ପଡ଼ିଆରେ ବିରାଟଙ୍କୁ ଦେଖି ସମସ୍ତେ ଚକିତ ହୋଇଗଲେ । ବାପାଙ୍କ ମୃତ୍ୟୁକୁ ଦିନେ ହୋଇଛି କୋହଲି ଖେଳିବାକୁ ଆସିଲେ ? ଏ ଚିତ୍ର ସମସ୍ତଙ୍କୁ ବିସ୍ମିତ କରିଥିଲା । ତାପରେ ୯୦ ରନ୍ କଲେ କୋହଲି । ଯାହା ବଳରେ କର୍ଣ୍ଣାଟକଠାରୁ ଫଲୋଅନ୍ରୁ ବର୍ତ୍ତିଲା ଦିଲ୍ଲୀ । ବାଃ ବିରାଟ୍ ….ବାଃ ବିରାଟ । କ୍ରିକେଟ୍ ପାଇଁ ସେଦିନର ପ୍ରତିବଦ୍ଧତା ଯେ ବିରାଟଙ୍କୁ ଦିନେ ମହାନ କରିଦେବ ଏକଥା ସେଦିନ ବି ଭାବିଥିଲେ ସମସ୍ତେ । ତାପରେ ଆଉ କେବେ ପଛକୁ ଫେରି ଚାହିଁନାହାନ୍ତି କୋହଲୀ । ଅଣ୍ଡର ୧୯ ଦଳର ନେତୃତ୍ବ ନେଇ ବିଶ୍ବ ବିଜୟୀ ହେବା ଠାରୁ ଏବେ ଯାଏ ବିରାଟ କୋହଲୀ ପାଲଟି ଯାଇଛନ୍ତି ‘ବିରାଟ’ କ୍ରିକେଟର୍ । ରେକର୍ଡ ପରେ ରେକର୍ଡର ଅଧିକାରୀ କୋହଲି ରଚିଛାଲିଛନ୍ତି ଗୋଟିଏ ପରେ ଗୋଟିଏ ଇତିହାସ । ଅଳ୍ପ ବୟସରେ ବାପାଙ୍କୁ ହରାଇଥିବାର ଦୁଃଖକୁ ନିଜ ଭିତରେ ଜାବୁଡି ଧରି ଏହି ରନ୍ ମେସିନ ନିଜ ବାପାଙ୍କୁ ଦେଇ ଚାଲିଛନ୍ତି ଶ୍ରଦ୍ଧାଞ୍ଜଳି । କିମ୍ବଦନ୍ତୀ ବ୍ୟାଟସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ମାତ୍ର ୨ ହଜାର ରନ୍ ପଛରେ ଥିବା କୋହଲୀଙ୍କୁ ଅନେକ କ୍ରିକେଟ୍ର ଭଗବାନଙ୍କ ସହ ତୁଳନା କରନ୍ତି । କୋହଲୀ ହିଁ ଦିନେ ସଚିନ୍ଙ୍କ ରେକର୍ଡ କାଟିଦେବେ ଏ ବିଶ୍ବାସ ସମସ୍ତଙ୍କ ଭିତରେ ଅଛି । କିନ୍ତୁ ଏହା ସଚିନଙ୍କ ପାଇଁ ବଡ଼ ଉପହାର ହେବ ବୋଲି କେହି କେହି ସକରାତ୍ମକ ଢ଼ଙ୍ଗରେ କୁହନ୍ତି । ଆମର ମଧ୍ୟ ଟିମ୍ ଇଣ୍ଡିଆ କ୍ୟାପଟେନ୍ଙ୍କୁ ଶୁଭକାମନା । ହାପି ବାର୍ଥ ଡେ କୋହଲୀ । ')}