spot_img

Latest Posts

କୁକୁରକୁ କୁକୁର କହିବାରୁ ପଡୋଶୀକୁ ହତ୍ୟା କଲା ମାଲିକ

ତାମିଲନାଡୁ: କୁକୁରକୁ କୁକୁର କହିବାରୁ ହତ୍ୟା। ପଡୋଶୀକୁ ହତ୍ୟା କଲା କୁକୁର ମାଲିକ। ତାମିଲନାଡୁ ଡିଣ୍ଡିଗୁଲ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି। ପଡୋଶୀ ଘର କୁକୁରକୁ କୁକର କହିଦେବାରୁ ମାଲିକ ରାୟପ୍ପନ ନାମ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି। କୁକୁରକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା।

କୁକୁରଟି ରାୟପ୍ପନ ଓ ଗ୍ରାମର ଅନ୍ୟ କେତେଜଣଙ୍କୁ ମଧ୍ୟ ଅନେକ ଥର ଆକ୍ରମଣ କରିଥିଲା। କୁକୁରକୁ ବାନ୍ଧି ରଖିବାକୁ ରାୟପ୍ପନ ବାରମ୍ବାର କହୁଥିଲେ ବି କୁକୁର ମାଲିକ ତାଙ୍କ କଥା ଶୁଣୁ ନଥିଲେ। ଗତକାଲି କୁକୁରକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କୁକୁରକୁ ତା’ ନାଁରେ ନଡାକି କୁକୁର କହିଦେବାରୁ ରାଗ ଜର୍ଜରିତ ହୋଇ ମାଲିକ ରାୟପ୍ପନଙ୍କୁ ଜୋରରେ ଧକ୍କା ଦେଇଥିଲେ। ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିବା ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Latest Posts

Don't Miss