ପୁଣି ଥରେ ଏୟାରଲିଫ୍ଟ ହୋଇପାରନ୍ତି ପନ୍ତ, ଲିଗାମେଣ୍ଟ ହୋଇପାରୁନି ଠିକ୍
1 min readନୂଆଦିଲ୍ଲୀ: ଅସହ୍ୟ ହେଉଛି ପନ୍ତଙ୍କ ଯନ୍ତ୍ରଣା । ପୁଣି ଥରେ ପନ୍ତଙ୍କୁ କରାଯାଇଛି ଏୟାରଲିଫ୍ଟ । ଦିଲ୍ଲୀ ପରେ ମୁମ୍ବାଇ ଏୟାରଲିଫ୍ଟ ହୋଇଛନ୍ତି କ୍ରିକେଟର ଋଷଭ ପନ୍ତ । ଡାହାଣ କଚଟି, ଗୋଇଠି, ପାଦ ଆଉ ପିଠିରେ ଲାଗିଛି ଆଘାତ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡାହାଣ ଆଣ୍ଠୁର ଲିଗାମେଣ୍ଟ ବି ଛିଣ୍ଡିଯାଇଛି । ଆବଶ୍ୟକସ୍ଥଳେ ପନ୍ତଙ୍କୁ ଲଣ୍ଡନ ବି ପଠାଇପାରେ ବିସିସିଆଇ । କାର ଦୁର୍ଘଟଣାରେ ଗୁରୁତର ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ସତ । କିନ୍ତୁ ଏବେବି ଶରୀରରେ ଯନ୍ତ୍ରଣା ରହିଛି । ଯେଉଁଥିପାଇଁ ସେ ପେନ୍ ମ୍ୟାନେଜମେଣ୍ଟ ଥେରାପୀ ନେଉଛନ୍ତି ।
ଗୁରୁତର ପନ୍ତଙ୍କୁ ପ୍ରଥମେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀ ସ୍ତାନାନ୍ତରଣ କରାଯାଇଥିଲା । କିନ୍ତୁ ଲିଗାମେଣ୍ଟ ଅସ୍ତ୍ରୋପଚାର ପାଇଁ ପୁଣିଥରେ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି ।
ନିଜ ଘର ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ମର୍ସଡିଜ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନାରସନ ବର୍ଡର ନିକଟରେ ଋଷଭଙ୍କ ଗାଡ଼ି ଡିଭାଇଡରରେ ପିଟି ହୋଇଥିଲା । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଉଥିଲା ବେଳେ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।
ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥଲା ।