ପ୍ରି ଆକ୍ଟିଭ ସିମକୁ ଆକ୍ଟିଭେଟ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ୬ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ: କ୍ରାଇମବ୍ରାଞ୍ଚ ଜାଲରେ ସାଇବର ଗ୍ୟାଙ୍ଗ । ପ୍ରି ଆକ୍ଟିଭେଟ ସିମକୁ ଏକା ସମୟରେ ଆକ୍ଟିଭ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଦେଶର ବିଭିନ୍ନ ଅଂଚଳର ଲୋକଙ୍କୁ ଠକୁଥିବା ନେଇ ମୟୂରଭଞ୍ଜର ବନ୍ଧଗାଁ ଖୁଣ୍ଟାରୁ ଗିରଫ ହୋଇଛନ୍ତି ୬ ସାଇବର ଅପରାଧୀ । ସିମ୍ ବକ୍ସ ଏବଂ ଓଡ଼ିଶା ଓ ବିହାରରୁ କାର୍ଯ୍ୟକାରି ହେଉଥିବା ମୋବାଇଲରୁ ଅଭିଯୁକ୍ତମାନେ ମେସେଜ୍ କରି ଲୋକଙ୍କୁ ଠକୁଥିଲେ । ଟେଲିକମ୍ ବିଭାଗ ପକ୍ଷରୁ ଏନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଏକ ୫ ଜଣିଆ ଟିମ୍ ଗଠନ କରି ଏମାନଙ୍କୁ ଧରିଛି ।

ଏହି ୬ ଅଭିଯୁକ୍ତଙ୍କ ନିକଟରୁ ୧ ହଜାର ୪୯ଟି ଏଆରଟେଲ ସିମ୍, ୧୨୩୧ଟି ଜିଓ ୧୫୮ଟି ଭୋଡାଫୋନ, ୧୩୪ଟି ବିଏସଏନଏଲ, ୨ଟି ସିମ୍ ବକ୍ସ, ୭ଟି ଲାପଟପ୍, ୨ଟି ମୋଡେମ ଓ ୨ଟି ରାଉଟର ଜବତ କରିଛି ପୋଲିସ ।