LoudSpeaker Row: ଉତ୍ତେଜନା ଜାରି ରହିଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନରୁ ୪୫ ହଜାର ଲାଉଡସ୍ପିକର ବାହାର କଲେ ୟୁପି ସରକାର
ଲକ୍ଷ୍ନୌ: ଲାଉଡସ୍ପିକରକୁ ନେଇ ସୃଷ୍ଟି ହୋଇଥିବା ବିବାଦଯେ କେତେ ଉଗ୍ରରୂପ ନେଇଛି ତାହା ସମସ୍ତେ ଜାଣନ୍ତି । ଏହା ମଧ୍ୟରେ ଶନିବାର ଉତ୍ତରପ୍ରଦେଶ ପୋଲିସ୍ ଦେଇଥିବା ସୂଚନା ଅନୁସାରେ, ବିଭିନ୍ନ ଧର୍ମାନୁଷ୍ଠାନରୁ ୪୫ ହଜାର ୭୭୩ଟି ଲାଉଡସ୍ପିକରକୁ ବାହାର କରିଦିଆଯାଇଛି ।
ଉତ୍ତରପ୍ରଦେଶର ଅତିରିକ୍ତ ପୁଲିସ୍ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତିଯେ, ୫୮ ହଜାର ୮୬୧ଟି ଲାଉଡସ୍ପିକରର ଶବ୍ଦକୁ କ୍ଷୀଣ କରାଯାଇଥିବାବେଳେ ରାଜ୍ୟରେ ୪୫ ହଜାର ୭ ଶହ ୭୩ଟି ଲାଉଡସ୍ପିକରକୁ ସମ୍ପୂର୍ଣ୍ଣ ଭାବରେ ବାହାର କରିଦିଆଯାଇଛି ।
ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ସରକାର ଗତକାଲି ବିଭିନ୍ନ ଧର୍ମାନୁଷ୍ଠାନରେ ଆଇନ୍ ଭଙ୍ଗ କରୁଥିବା ଲାଉଡସ୍ପିକରକୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ କୁରୁତ୍ୱ ଦେଇ ଉତ୍ତରପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନରୁ ଲାଉଡସ୍ପିକର ବାହାର କରିବାକୁ ତତ୍ପର ହୋଇଥିଲେ । ତେବେ ଏହାକୁ ନେଇ ପୁଲିସ୍ ଧାର୍ମିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲା । ଏହା ସହ ସହଯୋଗ କରିବାକୁ କହିଥିଲା ।
ସୂଚନା ଅନୁସାରେ ଏପ୍ରିଲ ୧୩ ତାରିଖରେ ମହାରାଷ୍ଟ୍ର ନବନିର୍ବାଣ ସେନା ମୁଖ୍ୟ ରାଜ୍ ଠାକରେ ଲାଉଡସ୍ପିକର ବାହାର କରିବାକୁ ଏକ ବିକଳ୍ପ ପରାମର୍ଶ ଦେଇଥିଲେ ।