ଶତାବ୍ଦୀ ଏକ୍ସପ୍ରେସରେ ମିଳିଲା ସରପ୍ରାଇଜ୍‌ ପାର୍ଟି, ଖାଇବା ପ୍ଲେଟ୍‌ ଦେଖି ଯାତ୍ରୀ ଆଶ୍ଚର୍ଯ୍ୟ

1 min read

 ଶତାବ୍ଦୀ ଏକ୍ସପ୍ରେସ ନିକଟରେ ଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।  ତାହା ମଧ୍ୟ ଖାଦ୍ୟ ପ୍ଲେଟ୍‌ ପରଶି । ଶାହନବାଜ ନାମକ ଜଣେ ବ୍ୟକ୍ତି ଏହି ନିଜେ ଟ୍ୱିଟ୍‌ ମାଧ୍ୟମରେ ଦେଇଛନ୍ତି ।  ବ୍ୟକ୍ତିଙ୍କ ଅନୁସାରେ ଶତାବ୍ଦୀ ଏକ୍ସପ୍ରେସରେ ତାଙ୍କୁ ସାନଦାର ଖାଇବା ଦିଆଯାଇଥିଲା ଏବଂ ତାଙ୍କୁ ସେଦିନ ରୋଜା ଭାଙ୍ଗିବାର ଥିଲା ।  ତେବେ ଟ୍ରେନରେ ଦିଆଯାଇଥିବା ଖାଦ୍ୟର ଫଟୋ ସେ ସୋସିଅଲ ମିଡିଆରେ ଶେୟାର କରିଛନ୍ତି ।

ଫଟୋ ଶେୟାର କରି ଶାହନବାଜ ଭାରତୀୟ ରେଲଓ୍ୱେକୁ ଧନ୍ୟବାଦ ଜଣାଇଛନ୍ତି । ଫଟୱୋ ସହିତ ଶାହନବାଜ ଲେଖିଛନ୍ତିଯେ, ଭାରତୀୟ ରେଲଓ୍ୱେକୁ ଧନ୍ୟବାଦ । ମୁଁ ପ୍ୟାଣ୍ଟ୍ରି ସଦସ୍ୟଙ୍କୁ ମୋ ପାଇଁ କେବଳ ଚା ଆଣିବାକୁ କହିଥିଲି, କାରଣ ମୋର ରୋଜା ଥିଲା । କିନ୍ତୁ କିଛି ସମୟ ପରେ ମୋ ପାଇଁ ବ୍ୟକ୍ତି ଜଣକ ଏହିଭଳି ଖାଇବା ନେଇ ଆସିଲେ ।

ଅନ୍ୟପଟେ IRCTCର ଅଧିକାରୀଙ୍କ କହିବା ହେଉଛି ଶାହନବାଜଙ୍କ ପାଇଁ ଅନ୍‌ ବୋର୍ଡ଼ କ୍ୟାଟରିଙ୍ଗ୍‌ ମ୍ୟାନେଜର ବ୍ୟକ୍ତିଗତ ଭାବରେ ଭୋଜନ ଆୟୋଜନ କରିଥିଲେ । ତେବେ ଅନ ବୋର୍ଡ଼  କ୍ୟାଟରିଙ୍ଗ୍‌ ସୁପର ଭାଇଜର ପ୍ରକାଶଙ୍କ କହିବା ହେଉଛି, ରେଲଓ୍ୱେ କର୍ମଚାରୀଙ୍କର ମଧ୍ୟ ରୋଜା ଭାଙ୍ଗିବାର ଥିଲା । ଯେଉଁଥିପାଇଁ ଶାହନବାଜଙ୍କ ପାଇଁ ଭୋଜନ ଆୟୋଜନ ସହଜ ହୋଇଗଲା ।