ବୟସ ୨ ବର୍ଷ, ଦିନକୁ ଦରକାର ୪୦ ସିଗାରେଟ୍
ନନ୍ଦିଘୋଷ ବ୍ୟୁରୋ: ବୟସ ଦୁଇ ବର୍ଷ, ଦିନକୁ ସିଗାରେଟ ଟାଣୁଛି ୪୦ । ୧୮ ମାସରୁ ଆରମ୍ଭ କରିଥିଲେ ସିଗାରେଟ ଟଣା । ଯେବେ ସିଗାରେଟ ମିଳୁ ନଥିଲା, ମୁଣ୍ଡ ପିଟୁଥିଲେ । ନିଜକୁ ନିଜେ ଆଘାତ ଦେଉଥିଲେ । ଏମିତିକି ସିଗାରେଟ ବିନା ପାଗଳପ୍ରାୟ ହୋଇଯାଉଥିଲେ । ଶେଷରେ ମାଆ ବାପା ବି ବାଧ୍ୟ ହୋଇ ସିଗାରେଟ ଦେଉଥିଲେ ।
ଇଣ୍ଡୋନେସିଆର ଏହି ପିଲାଟିର ନାଁ ଅର୍ଦ୍ଦି ରିଜାଲ । ସୁମାତ୍ରାରେ ରହିଆସନ୍ତି ସପରିବାର । ମାତ୍ର ଶୈଶବ ସମୟରେ ବନିଯାଇଥିଲା ବଡ଼ ନିଶାଡ଼ୀ । ଏମିତିକି ଦିନକୁ ଦରକାର ହେଉଥିଲା ୪୦ ସିଗାରେଟ । ସାତ ବର୍ଷ ତଳେ ଯେବେ ସିଗାରେଟ ଛାଡ଼ିବାର ପ୍ରୟାସ ପରିବାର ଲୋକେ ଆରମ୍ଭ କରିଥିଲେ, ସେବେ ବିଗିଡ଼ି ଯାଇଥିଲା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା । ଦେଖିଲେ ବି ଚିହ୍ନିବା ହେଉଥିଲା କଷ୍ଟକର..
୨୦୧୦ ମସିହାରେ ଦୁନିଆ ବ୍ୟାପୀ ଭାଇରାଲ ହୋଇଥିଲା ଅର୍ଦ୍ଦିର ଏକ ଫଟୋ । ଯେଉଁଥିରେ ଅର୍ଦ୍ଦି ସିଗାରେଟ ଟାଣି ଧୁଆଁ ଛାଡ଼ୁଥିବା ଫଟୋ ଭାଇରାଲ ହୋଇଥିଲା । ସାତ ବର୍ଷ ତଳେ ସିଗାରେଟ ଟାଣୁଥିବା ଅର୍ଦ୍ଦି ଏବଂ ସେଦିନର ନିଶାଡ଼ି ଅର୍ଦ୍ଦିକୁ ଚିହ୍ନି ହେଉନାହିଁ । ୨୦୧୭ ମସିହାରେ ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅର୍ଦ୍ଦି କହିଥିଲେ, ମୁଁ ସିଗାରେଟ ନଟାଣିଲେ ମୋ ମୁହଁର ରଙ୍ଗ ବଦଳିଯାଉଥିଲା । ସବୁକିଛି ସ୍ୱାଦହୀନ ଲାଗୁଥିଲା । କିନ୍ତୁ ଏବେ ମୁଁ ସମ୍ପୂର୍ଣ୍ଣ ଠିକ ଅଛି, ସିଗାରେଟ ଛାଡ଼ି ବହୁତ ଖୁସ…
ସୂଚନା ମୁତାବକ ଅର୍ଦ୍ଦି ମାତ୍ର ୧୮ ମାସ ବୟସରୁ ସିଗାରେଟ ଟାଣିବା ଆରମ୍ଭ କରିଥିଲେ । ଦିନେ ଅର୍ଦ୍ଦିଙ୍କ ପିତା ସିଗାରେଟକୁ ତାଙ୍କ ମୁହ୍ଁରେ ଲଗାଇଦେଇଥିଲେ । ଏବଂ ଶିଶୁ ଅର୍ଦ୍ଦି ଟାଣିବା ଆରମ୍ଭ କରିଥିଲା । ଏହାପରେ ପ୍ରତିଦିନ ସିଗାରେଟ ମାଗୁଥିଲେ ଅର୍ଦ୍ଦି । ଏମିତିକି ଦିନକୁ ୪୦ଟି ସିଗାରେଟ ଟାଣିବାରେ ଅଭ୍ୟସ୍ତ ହୋଇଯାଇଥିଲେ ସେଦିନର ଅର୍ଦ୍ଦି ରିଜାଲ ।