spot_img

Latest Posts

ଆଶୁତୋଷ ଦୀକ୍ଷିତ ବାୟୁସେନାର ନୂଆ ଚିଫ୍

ନନ୍ଦିଘୋଷ ବ୍ୟୁରୋ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ବିଭିନ୍ନ ପ୍ରକାରର ଯୁଦ୍ଧ ବିମାନ ଓ ବିମାନ ଚଳାଇବାରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ସେ ମିରାଜ୍-୨୦୦୦, ମିଗ୍‌ର ବିଭିନ୍ନ ଭାରିଆଣ୍ଟ, ଏଚ୍‌ପିଟି-୩୨, ଏଏନ୍-୩୨, ଆଭ୍ରୋ, କିରଣ, ଜାଗୁଆର, ଆଇଏଲ୍-୭୮, ହକ୍ ଏବଂ ତେଜସ୍ ସମେତ ଅନେକ ବିମାନ ଉଡ଼ାଇଛନ୍ତି।

ସେ ଜଣେ Experimental Test Pilot ଏବଂ Qualified Flying Instructor ମଧ୍ୟ ଅଟନ୍ତି। ପ୍ରାୟ ଚାରି ଦଶନ୍ଧି ଧରି ତାଙ୍କର ଅଭିଜ୍ଞତା ଅଛି। ଅପରେସନ୍ ସାଫେଦ ସାଗର, ଅପରେସନ୍ ରକ୍ଷକ, କୋପ୍-ଇଣ୍ଡିଆ ଏବଂ ଅପରେସନ୍ ସିନ୍ଦୂର ଭଳି ଅନେକ ସାମରିକ ଅଭିଯାନରେ ସେ ସାମିଲ ଥିଲେ। ସ୍ୱଦେଶୀ LCA ତେଜସ୍ ଏବଂ ବାୟୁସେନାରେ ଅନ୍ୟାନ୍ୟ ସ୍ୱଦେଶୀ ବିମାନ ପ୍ରକଳ୍ପକୁ ଆଗେଇ ନେବାରେ ଏୟାର ମାର୍ଶାଲ ଦୀକ୍ଷିତଙ୍କର ବିଶେଷ ଭୂମିକା ରହିଛି। ତେଣୁ, ସରକାରଙ୍କ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ସେ ଆହୁରି ଆଗକୁ ବଢ଼ାଇବେ ବୋଲି ଆଶା କରାଯାଉଛି।

ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ୦୬ ଡିସେମ୍ବର ୧୯୮୬ରେ ଭାରତୀୟ ବାୟୁସେନାର ଫାଇଟର୍ ଷ୍ଟ୍ରିମ୍‌ରେ କମିଶନ୍ ହୋଇଥିଲେ। ସେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (NDA), ଡିଫେନ୍ସ ଷ୍ଟାଫ୍ ସର୍ଭିସ୍ କଲେଜ୍ ଏବଂ ନ୍ୟାସନାଲ୍ ଡିଫେନ୍ସ କଲେଜ୍ (NDC) ର ପୂର୍ବତନ ଛାତ୍ର। ୩,୫୦୦ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ତାଙ୍କର ରହିଛି।

Latest Posts

Don't Miss