spot_img

Latest Posts

ଫେରୁଛି ମୌସୁମୀ

ଭୁବନେଶ୍ବର : ଫେରୁଛି ମୌସୁମୀ । ଛତିଶଗଡ଼ର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ହୋଇସାରିଛି । ସେହିପରି ବିହାର ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରୁ ଫେରିଛି । କିନ୍ତୁ ଓଡ଼ିଶାରୁ ଏପର୍ଯ୍ୟନ୍ତ ମୌସୁମୀ ବାୟୁ ଅପସାରଣ ହୋଇନାହିଁ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଜାରି ରହିଛି । ତେଣୁ ଏଭଳି ପରିସ୍ଥିତିରେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶାରୁ ମୌସୁମୀ ଅପସାରଣ ହେବାର ସମ୍ଭାବନା କମ୍ ରହିଛି । ଦିନରେ ତାତି ଖରାର ପ୍ରକୋପରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ରାଜଧାନୀ ଭୁବନେଶ୍ୱରରେ ପାରଦ ୩୫ ଡିଗ୍ରୀରୁ ଅଧିକ ରହୁଛି । ସେପଟେ ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ଼,କେଉଁଝର ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।….

Latest Posts

Don't Miss