ପରଲୋକରେ କନ୍ନଡ ଅଭିନେତା ପୁନୀତ ରାଜକୁମାର
1 min readବେଙ୍ଗାଲୁରୁ: ପରଲୋକରେ ଲୋକପ୍ରିୟ କନ୍ନଡ ଅଭିନେତା ପୁନୀତ ରାଜକୁମାର । ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ପୀଡିତ ହେବା ପରେ ପୁନୀତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ଅନୁଯାୟୀ ସେ ଅସୁସ୍ଥ ହେବା ପରେ ତାଙ୍କ ICUରେ ଭର୍ତ୍ତି କରାଯାଇଥିଲା । ପୁନୀତ ରାଜକୁମାର ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୮୫ରେ ବେଟାଡେ ହୋଭୋରେ ଅଭିନୟ ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ପୁନୀତ ପ୍ରାୟ ୨୯ରୁ ଅଧିକ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପୁନୀତଙ୍କୁ ତାଙ୍କ ପ୍ରଶଂସକମାନେ ଆପୁ ବୋଲି ଡାକୁଥିଲେ ।
Heartbroken ?
Will always miss you my brother. #PuneethRajkumar— sonu sood (@SonuSood) October 29, 2021
ତେବେ ପୁନୀତଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି ।
Saddened to hear about the passing away of #PuneethRajkumar . Warm , and humble, his passing away is a great blow to Indian cinema. May his soul attain sadgati. Om Shanti. pic.twitter.com/YywkotiWqC
— Virender Sehwag (@virendersehwag) October 29, 2021