spot_img

Latest Posts

Narendra Giri Maharaj Death: ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ SIT ଗଠନ କଲେ ଯୋଗୀ ସରକାର

ପ୍ରୟାଗରାଜ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବରକୁ ନେଇ ଦେଶ ଚକିତ ହୋଇଯାଇଛି। ମୃତ୍ୟୁ ରହସ୍ୟକୁ ନେଇ ନାନା ମତ ପ୍ରକାଶ ପାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ପ୍ରୟାଗରାଜର ବାଘମ୍ବରୀ ମଠରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ବର୍ତ୍ତମାନ ସାଧାରଣ ଲୋକେ ମଧ୍ୟ ମହନ୍ତଙ୍କ ଦର୍ଶନ କରୁଛନ୍ତି ।

ଇତି ମଧ୍ୟରେ ଏକ ବଡ଼ ଖବର ଆସିଛି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଉତର ପ୍ରଦେଶ ଯୋଗୀ ସରକାରଙ୍କ ଦ୍ୱାରା ଏସଆଇଟି ଗଠନ କରାଯାଇଛି। ମହନ୍ତ ନରେନ୍ଦ୍ର ଗିରି ମାମଲାର ତଦନ୍ତ ପାଇଁ ପ୍ରୟାଗରାଜ ଡିଜି SIT ଗଠନ କରିଛନ୍ତି। ଡେପୁଟି ଏସପିଙ୍କ ନେତୃତ୍ୱରେ ଏହି ଏସଆଇଟି ଗଠନ କରାଯାଇଛି। ନରେନ୍ଦ୍ର ଗିରିଙ୍କ ସମାଧି ସଂସ୍କାର ଗୁରୁବାର ଦିନ ଅନୁଷ୍ଠିତ ହେବ। ଆସନ୍ତାକାଲି ସନ୍ଥ ସମାଜ ଏବଂ ଆଖଡ଼ା ପରିଷଦର ବୈଠକ ହେବ। ଆସନ୍ତାକାଲି ସକାଳ ୧୦ ଟାରେ ଏହି ବୈଠକ ବସିବ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ଯେ ଘଟଣାର ପର୍ଦାଫାଶ କରାଯିବ। ସେ କହିଛନ୍ତି ଯେ ପୋଲିସ ଅନେକ ପ୍ରମାଣ ସଂଗ୍ରହ କରିଛି। ପୋଲିସର ଏକ ଟିମ୍, ଏଡିଜି ଜୋନ୍, ଆଇଜି ରେଞ୍ଜ ଏବଂ ପ୍ରୟାଗରାଜ ଡିଆଇଜି, ପ୍ରୟାଗରାଜ ବିଭାଗୀୟ କମିଶନର ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଗୋଟି ଗୋଟି କରି ଘଟଣାର ପର୍ଦାଫାଶ ହେବ। ଦୋଷୀ ନିଶ୍ଚୟ ଦଣ୍ଡ ପାଇବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାରେ ଅନାବଶ୍ୟକ ବୟାନବାଜିରୁ ଦୂରେଇ ରୁହନ୍ତୁ। ତଦନ୍ତକାରୀ ସଂସ୍ଥାକୁ ଉଚିତ ତଦନ୍ତ କରିବାକୁ ଦିଅନ୍ତୁ। ଯିଏ ଦୋଷୀ ତାକୁ କଠୋର ଦଣ୍ଡ ଦିଆଯିବ ।

Latest Posts

Don't Miss