ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5ଟି ନୀତି ଆଧାରରେ ରାଜ୍ୟ ଅର୍ଥ ବିଭାଗଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱନିତ ଆର୍ଥିକ ପରିଚାଳନା ବ୍ୟବସ୍ଥା ଅନ୍ତର୍ଗତ ଅନଲାଇନ ଦେୟପୈଠ ବାଦ୍ୟୁତିକ ରସିଦ ବ୍ୟବସ୍ଥାର ୨.୦ ସଂସ୍କରଣକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ରାଜ୍ୟ ଲୋକସେବା ଭବନ ସଭା ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସତିବ ବିଶାଳ କୁମାର ଦେ ଏହି ବ୍ୟବସ୍ଥାର ନୂତନ ପରିବର୍ଦ୍ଧିତ ଓ ସରଳୀକୃତ ସଂସ୍ଖରଣରେ ଥିବା ଅତିରିକ୍ତ ସୁବିଧା ବିଷୟରେ ସବିଶେଷ ସୂଚନା ଉପସ୍ଥାପନା କରିଥିଲେ ।
ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରି ଶାସନ ସଚିବ କହିଥିଲେ, ଏହା ମାଧ୍ୟମରେ ସାଧାରଣ ନାଗରିକ, ବ୍ୟବସାୟିକ ସଂସ୍ଥା, ଶିଳ୍ପାନୁଷ୍ଠାନ, ବିଭିନ୍ନ ସେବା ଉପଭୋକ୍ତା ବିଭିନ୍ନ ପ୍ରକାର ସରକାରୀ ଦେୟ ଓଟିକସ ଆଦି ନିଜ ନିଜ ସ୍ଥାନରେ ରହି ପୈଛ କରିପାରିବେ । ବୈଦ୍ୟୁତିକ ଦେୟ ପୈଠ ବ୍ୟବସ୍ଥାର ପୂର୍ବ ସଂସ୍କରଣରେ କେବଳ ଅନଲାଇନ ଇଲୋକଟ୍ରୋନିକ ମୋଡରେ ସରକାରୀ ଦେୟ ଦାଖଲ ହୋଇ ପାରୁନଥିଲା । ୨ୟ ସଂସ୍କରଣ ମାଧ୍ୟମରେ କ୍ରେଡ୍ରିଟ କାର୍ଡ, ଡେବିଟ କାର୍ଡ, ୟୁପିଆଇ ଆଇଡ଼ି, କ୍ୟୁଆର କୋର୍ଡ ଏବଂ ୱାଲେଟ ଆଦିକୁ ବ୍ୟବହାର କରି ମଧ୍ୟ ପୈଛ କରିପାରିବେ ।
ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କର ସର୍ଭିସ ପୋର୍ଟାଲକୁ ସମନ୍ୱିତ ଟ୍ରେଜରୀ ପରିଚାଳନା ପୋର୍ଟାଲ ସହ ସଂଯୋଜିତ କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ଏବଂ ଇଣ୍ଡିଆନ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ସେବା ସ୍ରରୀୟ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

