spot_img

Latest Posts

ଯନ୍ତର ମନ୍ତରରେ CJPର ୩ ନେତା ଗିରଫ, ୫ ଦିନିଆ ହେପାଜତ

ନନ୍ଦିଘୋଷ ବ୍ୟୁରୋ: ସିଜେପି ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ସିନ୍ଦେ ଗିରଫ । ୫ଦିନ ଲାଗି ବିଚାର ବିଭାଗୀୟ ହେପାଜତକୁ ସେମାନଙ୍କୁ ପଠାଯାଇଛି। ବିନା ଅନୁମତିରେ ଯନ୍ତର ମନ୍ତରରେ ପ୍ରବେଶ କରିବା ଅଭିଯୋଗ କ୍ରମେ ସେମାନଙ୍କୁ ପ୍ରିଭେନଟିଭ ଆରେଷ୍ଟ କରାଯାଇଛି। ଅନଧିକୃତ ପ୍ରବେଶ, ନିଷେଧାଦେଶ ଉଲ୍ଲଂଘନ, ପିସ୍ ବଣ୍ଡର ସର୍ତ୍ତ ଉଲ୍ଲଂଘନ, ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ସରକାରୀ କର୍ତ୍ତବ୍ୟ ସମ୍ପାଦନ କରିବାରେ ବାଧା ସୃଷ୍ଟି କରିବା ଆଦି ଅଭିଯୋଗ କରି ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ପୂର୍ବରୁ ଅଟକ ଥିବାବେଳେ ଏକ ବର୍ଷ ଲାଗି ଶାନ୍ତି କ୍ଷେତ୍ରରେ ବାଧା ସୃଷ୍ଟି ନ କରିବା ଲାଗି ଆଶୁତୋଷ ଓ ସୌରଭ ବଣ୍ଡରେ ସ୍ବାକ୍ଷର ଦେଇଥିଲେ। ପାର୍ଲାମେଣ୍ଟ ପୋଲିସ ଷ୍ଟେସନରେ ସେମାନଙ୍କୁ ଗିରଫ କରି ରଖାଯାଇଛି। ଗତକାଲିଠାରୁ ଏହି ୩ ନେତାଙ୍କୁ ଅଟକ ରଖିଥିଲା ପୋଲିସ। ଯନ୍ତର ମନ୍ତରରେ ପ୍ରବେଶ କରିବା ଲାଗି ଏକ ଗେଟରେ ଡେଇଁବା ପରେ ସେମାନଙ୍କୁ ଅଟକ ରଖିଥିଲା ପୋଲିସ। ଏହି ୩ ନେତାଙ୍କ ସମେତ କିଛି କର୍ମୀ ଜନତା ଦଳ (ସଂଯୁକ୍ତ) ଅଫିସ ପଟୁ ଯନ୍ତର ମନ୍ତରରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କୁ ବାଧା ଦେଇଥିଲା ପୋଲିସ। ମାତ୍ର ସେମାନେ ପ୍ରବେଶ କରିବାବେଳେ ସେମାନଙ୍କୁ ଅଟକ ରଖିଥିଲା ପୋଲିସ।

Latest Posts

Don't Miss