ସୁପ୍ରିମକୋର୍ଟଙ୍କ ଆଦେଶ ,NDA ପରୀକ୍ଷା ଦେଇ ପାରିବେ ଝିଅ
1 min readନୂଆଦିଲ୍ଲୀ: ଝିଅ ମାନେ ମଧ୍ୟ ଜାତୀୟ ପ୍ରତିରକ୍ଷା ଏକାଡେମି( ଏନଡିଏ)ର ପ୍ରାବେଶିକ ପରିକ୍ଷା ଦେଇ ପାରିବେ । ଏକ ଆବଦେନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଜଷ୍ଟିସ ସଂଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନରେ ଝିଅଙ୍କୁ ଏନଡିଏର ପ୍ରାବେଶିକ ପରିକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରିବା ଲାଗି ନିବେଦନ କରାଯାଇଥିଲା । ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଆବେଦକ ନିଜ ଅପିଲରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅବିବାହିତ ପୁରୁଷ ପ୍ରାର୍ଥୀ ଏନଡିଏ ପାଇଁ ଆବେଦନ କରିପାରିବେ କିନ୍ତୁ ଇଛୁକ ମହିଳାଙ୍କୁ କେବଳ ଲିଙ୍ଗଗତ ଆଧାରରେ ଅନୁମତି ନଦେବା ସମ୍ବିଧାନର ସମାନତା ଭାବନାର ବିରୋଧାଚରଣ କରୁଛି ।
Supreme Court orders allowing women to take the National Defence Academy (NDA) exam scheduled for September 5th. The Apex Court says that admissions will be subject to the final orders of the court pic.twitter.com/8YVgaxz5O8
— ANI (@ANI) August 18, 2021
ଲିଙ୍ଗଗତ ଆଧାରରେ ଭେଦଭାବ:
ଅଦାଲତରେ ଆବେଦକ ଯୁକ୍ତି ରଖିଥିଲେ ଯେ,କେବଳ ଲିଙ୍ଗଗତ ଆଧାରରେ ଇଛୁକ ମହିଳାଙ୍କୁ ଏହି ପରୀକ୍ଷା ଦେବାକୁ ଦିଆଯାଉନାହିଁ । ଯାହା ଠିକ୍ ନୁହେଁ । ଏହି କାରଣରୁ ମହିଳା ଏନଡିଏରେ ସାମିଲ ହୋଇ ପାରୁନାହାଁନ୍ତି । ଅନ୍ୟପକ୍ଷରେ ସମାନ ଶିକ୍ଷା ସହ ପୁରୁଷ ପ୍ରାର୍ଥୀ ଏନଡିଏରେ ସାମିଲ ହୋଇ ପାରୁଛନ୍ତି ।
ଆବେଦକ ଯୁକ୍ତି କରିଥିଲେ ଯେ, କେବଳ ଲିଙ୍ଗଗତ ଆଧାରରେ ମହିଳାଙ୍କୁ ଏନଡିଏ ପରିକ୍ଷାରୁ ବଂଚିତ କରିବା ଓ ସ୍ଥାୟୀ କମିଶନ ପ୍ରଦାନ ନକରିବା ସମ୍ବିଧାନର ମୌଳିକ ଅଧିକାରର ଉଲ୍ଲଙ୍ଘନ ଅଟେ । ଭାରତୀୟ ସମ୍ବିଧାନ ପରିଧି ମଧ୍ୟରେ ଏହା ନ୍ୟୟୋଚ୍ଚିତ ନୁହେଁ ।