କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ: ଗତ ୧ ମାସ ମଧ୍ୟରେ ୪ ହାତୀ ମୃତ
କେନ୍ଦୁଝର: ସ୍ଥାନୀୟ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ । ଆଜି ଜିଲ୍ଲା ବିଜେପି ରେଞ୍ଜ ସରୁକୁଦର ଜଙ୍ଗଲ ନିକଟରୁ ଏକ ମାଇ ହାତୀର ମୃତଦେହ ଉଦ୍ଧାର । ଗତ ୭ ତାରିଖରେ ତଳଚମ୍ପେଇରେ ମଧ୍ୟ ଏକ ମାଈ ହାତୀର ମୃତୁ ଦେହ ଉଦ୍ଧାର କରାଯାଇଥିଲା । ପାହାଡ଼ରୁ ଖସିପଡିବା ଯୋଗୁ ଏହି ହାତୀଟିର ମୃତ୍ୟୁ ହୋଇଥିବା କହିଥିଲା ବନ ବିଭାଗ । ଗତ ଜୁଲାଇ ୧୯ ତାରିଖରେ ମଧ୍ୟ ସେହି ବିଜେପି ରେଞ୍ଜର ବଂଶପାଳ ଅଞ୍ଚଳରେ ଗୋଟେ ମା ହାତୀ ଓ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଏଥିସହିତ ପଢ଼ନ୍ତୁ: ଜଡି ବୁଟିର ଲେପ ସହ ବାଉଁଶ ତାଟ ଯୋଡ଼ିପାରୁଛି ଭଙ୍ଗା ହାଡ଼
ଗତ ଏକ ମାସ ଭିତରେ ୪ଟି ହାତୀର ମୃତ୍ୟୁ ହେଲାଣି । ବନ ବିଭାଗର ଅପାରଗତା ଯୋଗୁ ହାତୀ ବଂଶ ବିପଦରେ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କାମାକ୍ଷାନଗର ରଞ୍ଜାଗଡ଼ ସରଂକ୍ଷିତ ଜଙ୍ଗଲ ଗହଳମୁଣ୍ଡା ଠାରେ ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ହାତୀର ଆନୁମାନିକ ବୟସ ପନ୍ଦରରୁ କୋଡିଏ ବର୍ଷ । ଦନ୍ତା ଦେହରୁ ଦୁଇଟି ବିଷାକ୍ତ ଲୌହ ଖଣ୍ତ ମିଳିଛି । ତେବେ ଆଜକୁ ମାସେ ତଳେ ଦନ୍ତାକୁ ଶିକାରୀ ମାନେ ଆକ୍ରମଣ କରିଥିଲେ । ସେ ଗୁରୁତର ଭାବେ ଆହତ ହୋଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଢେ଼ଙ୍କାନାଳ ବନଖଣ୍ଡ ଅଧିକାରୀ ।