ଗୁରୁଗ୍ରାମରେ ଧସିଲା ୩ ମହଲା କୋଠା, ଭଗ୍ନାଂଶ ତଳେ ଏକାଧିକ ଫସିଥିବା ଆଶଙ୍କା
1 min readନୂଆଦିଲ୍ଲୀ: ଗୁରୁଗ୍ରାମରେ ଭୁଶୁଡ଼ିଲା ୩ ମହଲା ବିଶିଷ୍ଟ କୋଠା । ବିଲ୍ଡିଂର ଭଗ୍ନାଂଶ ତଳେ ଏକାଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ଫରୁଖନଗରର ଖାବସପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତି ପ୍ରାୟ ୭ଟା ୩୦ ପାଖାପାଖି କୋଠାଟି ଭୁଶୁଡ଼ି ପଡ଼ିଥିଲା । ତେବେ ବିଲ୍ଡିଂ କାହିଁକି ଭୁଶୁଡ଼ିଲା ଜଣାପଡ଼ିନାହିଁ ।
ଘଟଣାସ୍ଥଳରେ ଥିବା ଡିସିପି ରାଜୀବ ଦେସୱାଲ କହିଛନ୍ତି, ‘ଆମକୁ କୋଠା ଭୁଶୁଡ଼ିବା ନେଇ ସୂଚନା ମିଳିଥିଲା । ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।’
Haryana: A three-storey building collapsed in Gurugram's Khawaspur area; rescue operation underway
"We received a call regarding a building collapsed. Fire brigade & police department present at the spot & are undertaking the rescue operation," says DCP Rajiv Deswal pic.twitter.com/FVmETcchbo
— ANI (@ANI) July 18, 2021
ଅନ୍ୟପଟେ ପ୍ରବଳ ମୌସୁମୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ଉପୁଜିଛି । ପୃଥକ ପୃଥକ ଦୁର୍ଘଟଣାରେ ବିକ୍ରୋଲୋରେ ରବିବାର ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।