spot_img

Latest Posts

କେବେ ସରିବ ନୂଆ ସଂସଦ ଭବନ ନିର୍ମାଣ କାମ? ଉତ୍ତର ରଖିଲେ ବାଚସ୍ପତି ଓମ୍ ବିର୍ଲା…

ନୂଆଦିଲ୍ଲୀ: ସଂସଦର ମୗେସୁମୀ ଅଧିବେଶନ ଜୁଲାଇ ୧୯ରୁ ଅଗଷ୍ଟ ୧୩ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । କରୋନା ମହାମାରୀ ମଧ୍ୟରେ ଆୟୋଜିତ ଏହି ଅଧିବେଶନରେ ୧୯ଟି ବୖେଠକ ହେବ। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସଂସଦର ତିନୋଟି ଅଧିବେଶନ ହୋଇଛି, ଯେଉଁଥିରେ ବହୁ ସଂଖ୍ୟାରେ ସାଂସଦ ମାନେ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ଅକ୍ଟୋବର ୨୦୨୧ ମସିହାରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି। ଆମେ ଆମ ଟାର୍ଗେଟରୁ ପ୍ରାୟ ୧୦ ଦିନ ପଛରେ ଅଛୁ, ଏହାକୁ ଶୀଘ୍ର ଭରଣ କରିବୁ । ତେବେ ୨୦୨୨ ମସିହାରେ ସଂସଦ ଅଧିବେଶନ ନୂଆ ବିଲ୍ଡିଂରେ ବସିବ ବୋଲି ସେ ପ୍ରକାଶ କରିଛନ୍ତି ।

ଲୋକସଭା ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ ଆମେ କୋଭିଡ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବୁ । ଅନେକ ରାଜ୍ୟରେ ସଂକ୍ରମଣ ୫ ପ୍ରତିଶତରୁ ଅଧିକ ରହିଛି । ଏଭଳି ପରିସ୍ଥିତିରେ ଆରଟିପିସିଆର ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ। ୩୧୧ ସାଂସଦ କରୋନାର ଦ୍ୱିତୀୟ ଡୋଜ ଟିକା ନେଇଥିବାବେଳେ ୨୩ ସାଂସଦ ଟିକା ନେଇନାହାଁନ୍ତି। ଏଥିସହିତ ସାଂସଦଙ୍କ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଟୀକାକରଣର ବ୍ୟବସ୍ଥା କରାଯାଇଛି ।

ଜୁଲାଇ ୧୮ରେ ସର୍ବଦଳୀୟ ବୈଠକ-

ଜୁଲାଇ ୧୮ରେ ସର୍ବଦଳୀୟ ବୈଠକ ହେବ। ସେ କହିଛନ୍ତି ଯେ ବର୍ତ୍ତମାନ ୩୬ ଜଣ ସାଂସଦ ମନ୍ତ୍ରୀ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଖୁବ ଶୀଘ୍ର ସଂସଦ କମିଟିରେ ପଦବୀ ପୂରଣ କରାଯିବ। ସଂସଦ ଅଧିବେଶନରେ ସମସ୍ତ ରାଜନୖେତିକ ଦଳର ସହଯୋଗ ପାଇଁ ସେ ଆଶା ପ୍ରକାଶ କରିଛନ୍ତି।

Latest Posts

Don't Miss