spot_img

Latest Posts

ଅନଶନକୁ ଓହ୍ଲାଇଛନ୍ତି ଲାକ୍ଷାଦ୍ୱୀପ ବାସିନ୍ଦା, ଜାଣନ୍ତୁ କାହିଁକି…

ଲାକ୍ଷାଦ୍ୱୀପ: ପର୍ଯ୍ୟଟନ୍, ଗୋ ସମ୍ପଦ ଓ ପଞ୍ଚାୟତ ନିର୍ବାଚନକୁ ନିୟନ୍ତ୍ରଣ କରୁଥିବା ୩ଟି ପ୍ରସ୍ତାବିତ ନିୟମକୁ ବିରୋଧ କରି ଅନଶନ କରୁଛନ୍ତି ଲାକ୍ଷାଦ୍ୱୀପ ବାସୀ । ସୋମବାର ଦିନ ପ୍ରାୟ ୧୨ ଘଣ୍ଟିଆ ଭୁକ୍ ହଡତାଲ୍ କରୁଛନ୍ତି ସେମାନେ । ଏହି ଦ୍ୱୀପରେ ବସବାସ କରୁଥିବା ପାଖାପାଖି ୭୦,୦୦୦ ଲୋକ ଯେ ଏହି ନିୟମ ଦ୍ୱାରା ସେମାନଙ୍କର ନିଆରା ସଂସ୍କୃତି ଓ ପରମ୍ପରା ନଷ୍ଟ ହୋଇଯିବ।

‘ଦ ସେବ୍ ଲାକ୍ଷାଦ୍ୱୀପ ଫୋରମ’ର ଅନୁଯାୟୀ ସ୍ଥାନୀୟ ବାସିନ୍ଦା ନିଜ ନିଜ ଘରେ ରହି ଏହି ଅନଶନ କରିବେ ।  ଏହି ସମୟରେ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥାକୁ ବାଦ୍ ଦେଇ ଦୋକାନ ବଜାର ଓ ପ୍ରତିଷ୍ଠାନ ଗୁଡିକ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ । ପ୍ରଫୁଲ ଖୋଡା ପଟେଲଙ୍କ ନେତୃତ୍ୱାଧୀନ ଦ୍ୱୀପ ପ୍ରଶାସନ କହିଛି ଯେ ସର୍ବସାଧାରଣ ସ୍ଥାନରେ ଭିଡକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ମହାମାରୀ ଆଇନ୍ ଅଧିନରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

Protest

ତେବେ ସମସ୍ତ ଦ୍ୱୀପପୁଞ୍ଜ ଏଭଳି ବିରାେଧ କରିବା ପ୍ରଥମ ଘଟଣା । ଫୋରମର ଜଣେ ସଂଯୋଜକ ୟୁସିକେ ଥଙ୍ଗଲ୍ କହିଛନ୍ତି ଯେ ‘‘ଆମେ ସ୍ଥାନୀୟ ବାସିନ୍ଦାଙ୍କ ଭାବନାକୁ ଶୁଣିବା ପାଇଁ ଦାବି କରୁଛୁ, ହେଲେ ପ୍ରଶାସନ ନିଜର ପକ୍ଷପାତିତା ତଥା ପଶ୍ଚାତଗାମୀ ନିର୍ଣ୍ଣୟ ସହ ଆଗକୁ ବଢୁଛି’’ ।

ଜାଣନ୍ତୁ ସେହି ୩ ପ୍ରସ୍ତାବ ସମ୍ପର୍କରେ, ଯାହାକୁ ବିରୋଧ କରାଯାଉଛି-

୩୭ଟି ଛୋଟ ଦ୍ୱୀପକୁ ନେଇ ଆରବ ସାଗରରେ ଗଠିତ ଲାକ୍ଷାଦ୍ୱୀପ । ଯେଉଁଥିରେ ୧୧ଟି ମନୁଷ୍ୟକୃତ। ଏହି ଦ୍ୱୀପପୁଞ୍ଜକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବାକୁ ଚେଷ୍ଟା କରୁଥିବା ଲାକ୍ଷାଦ୍ୱୀପ ବିକାଶ ପ୍ରାଧିକରଣ ନିୟମାବଳୀ (୨୦୨୧)କୁ ବିରୋଧ କରାଯାଉଛି । ଏଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଏହା ଦ୍ୱାରା ଦ୍ୱୀପର ସଂସ୍କୃତି ଓ ପରମ୍ପରା ନଷ୍ଟ ହୋଇଯିବ । କାରଣ ଦ୍ୱୀପର ୯୭% ଘଞ୍ଚ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ଏବଂ ଏହାର ୯୫% ଜନସଂଖ୍ୟା ଅନୁସୂଚିତ ଜନଜାତି ବର୍ଗର ।

ସେମାନେ ମଧ୍ୟ ଲାକ୍ଷାଦ୍ୱୀପ ପ୍ରାଣୀ ସଂରକ୍ଷଣ ନିୟମକୁ ବିରୋଧ କରୁଛନ୍ତି । ଯେଉଁଥିରେ ଗୃହପାଳିତ ପଶୁପକ୍ଷୀ ହତ୍ୟାକୁ ନିଷିଦ୍ଧ ଏବଂ ଦ୍ୱୀପପୁଞ୍ଜରେ ଗୋ ଚାଲାଣ, ଷ୍ଟୋରେଜ୍, ପରିବହନ କିମ୍ବା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଅପରପକ୍ଷେ ଲାକ୍ଷାଦ୍ୱୀପର ଅଧିକାଂଶ ବାସିନ୍ଦା ମୁସଲମାନ ହୋଇଥିବାରୁ ଏହାଦ୍ୱାରା ସେମାନଙ୍କର ଖାଦ୍ୟାଭ୍ୟାସକୁ ଟାର୍ଗେଟ କରାଯାଉଥିବା ନେଇ ସେମାନେ ଆଶଙ୍କା କରିଛନ୍ତି ।

ସେହିପରି ସେମାନେ ଲାକ୍ଷାଦ୍ୱୀପ ପଞ୍ଚାୟତ ନିୟମାବଳୀ, ୨୦୨୧କୁ ବିରୋଧ କରିଛନ୍ତି । କାରଣ ଗ୍ରାମ ପଞ୍ଚାୟତ ନିର୍ବାଚନରେ ​​ଦୁଇରୁ ଅଧିକ ପିଲା ଥିବା ପ୍ରାର୍ଥୀଙ୍କୁ  ଅଯୋଗ୍ୟ ଘୋଷଣା କରିବାକୁ ପ୍ରସ୍ତାବ ଦିଆଯାଇଛି ।

Latest Posts

Don't Miss