ଦେଶରେ ଦିନକରେ ୧ଲକ୍ଷ ୩୪ହଜାର ୧୫୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ତଥାପି ଦେଶରେ କରୋନା ଦ୍ୱିତୀୟ ଲହର ଜାରି ରହିଛି । ଏବଂ ଦୈନିକ ସଂକ୍ରମଣ ଲକ୍ଷେ ପାର୍ କରୁଛି । ଗତ ୨୪ ଘଣ୍ଟାରେ ଲକ୍ଷେ ୩୪ହଜାର ୧୫୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୧ହଜାର ୪୯୯ । ଏବଂ  ୨ ହଜାର ୮୮୭ ସଂକ୍ରମିତଙ୍କ ପ୍ରାଣ ନେଇଛି କରୋନା । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ । ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୬୩ଲକ୍ଷ ୯୦ ହଜାର ୫୮୪ । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ଲକ୍ଷ ୩୭ହଜାର ୯୮୯ । ଆକ୍ଟିଭ କେସ୍ ୧୭ଲକ୍ଷ ୧୩ହଜାର ୪୧୩ ।

ସେହିପରି ଆଜି ଦେଶରେ କ୍ରମାଗତ ୨୧ ଦିନରେ କରୋନା ସଂକ୍ରମଣରେ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜୁନ୍ ୨ ପର୍ଯ୍ୟନ୍ତ ସାରା ଦେଶରେ ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩ ଲୋକଙ୍କ ଠାରେ କରୋନା  ଟିକା ଦିଆଯାଇଛି। ଗତ ୨୪ଘଣ୍ଟାରେ ୨୪ ଲକ୍ଷ ୨୬ ହଜାର ଟିକା ଦିଆଯାଇଛି । ଏଥି ସହିତ, ଏପର୍ଯ୍ୟନ୍ତ ୩୫ କୋଟିରୁ ଅଧିକ କରୋନା ପରୀକ୍ଷା କରାଯାଇଛି। ଏବଂ ୨୪ଘଣ୍ଟାରେ  ୨୧ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୬ ପ୍ରତିଶତ ଲୋକଙ୍କଠାରେ କରୋନା ପଜିଟିଭ୍ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମିତ ମୃତ୍ୟୁ ହାର ୧.୧୮ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏବଂ ଆକ୍ଟିଭ କେସ ୭ ପ୍ରତିଶତକୁ କମିଛି ।ଏବଂ କରୋନା ଆକ୍ଟି କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ମୋଟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଯଦିଓ ବିଶ୍ୱରେ ଆମେରିକା ଓ ବ୍ରାଜିଲ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।

Leave a Reply