ସାମାଜିକ ଦୂରତା ପାଳନ ନକଲେ ୪୦୬ ଲୋକଙ୍କୁ ସଂକ୍ରମିତ କରିପାରେ ଜଣେ ବ୍ୟକ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଯଦି କୌଣସି କରୋନା ସଂକ୍ରମିତ ବ୍ୟକ୍ତି ମାକ୍ସ ପିନ୍ଧୁନାହିଁ ଏବଂ ସାମାଜିକ ଦୂରତା ପାଳନ କରୁନାହିଁ ତେବେ ସେ ୩୦ ଦିନ ମଧ୍ୟରେ ୪୦୬ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରେ । କେନ୍ଦ୍ରସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆପଣଙ୍କ ଘରେ କେହି ସମକ୍ରମିତ ନଥିଲେ ମଧ୍ୟ ଘରେ ମାସ୍କ ପିନ୍ଧିରହିବା ଉଚିତ । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଏବେ ମଧ୍ୟ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ନିହାତି ଜରୁରୀ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ ଅନେକ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ, ସାମାଜିକ ଦୂରତା ଅବଲମ୍ବନ ନକଲେ ଜଣେ ସଂକ୍ରମିତ ବ୍ୟକ୍ତି ୪୦୬ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବ ।

ଏହା ବ୍ୟତୀତ ଯଦି କରୋନା ସଂକ୍ରମିତ ଏବଂ ସୁସ୍ଥ ବ୍ୟକ୍ତି ମାନେ ମାସ୍କ ପିନ୍ଧନ୍ତି ତେବେ ସଂକ୍ରମଣ ପ୍ରସାରର ଆଶଙ୍କା ୧.୫ ପ୍ରତିଶତ ହିଁ ରହିବ । ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଯଦି ସଂକ୍ରମିତ ବ୍ୟକ୍ତି ନିଜ ଏକ୍ସପୋଜର ୫୦ ପ୍ରତିଶତ କମ କରନ୍ତି ତେବେ ସେ ଏକ ମାସରେ ୪୦୬ ବ୍ୟକ୍ତି ବ୍ୟତୀତ ମାତ୍ର ୧୫ ଜଣଙ୍କୁ ସଂକ୍ରମିତ କରିପାରିବ । ଏହା ବ୍ୟତୀତ ଯଦି ଏକ୍ସପୋଜର ୭୫ ପ୍ରତିଶତ ପର୍ଯ୍ୟନ୍ତ କମ କରାଯାଏ ତେବେ ସଂକ୍ରମିତ ବ୍ୟକ୍ତି ମାସେ ଭିତରେ ମାତ୍ର ୨ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବ । ମାସ୍କର ବ୍ୟବହାରରେ ଜୋର ଦେଇ ସେ କହିଛନ୍ତି ଯେ, ଗୋଟେ ପଟେ ଆମକୁ କ୍ଲିନିକାଲ ମ୍ୟାନେଜମେଣ୍ଟର ଆବଶ୍ୟକତା ଥିବାବେଳେ ଅନ୍ୟପଟେ ସାମାଜିକ ଦୂରତା ନିୟମର ପାଳନ କରିବା ମାସ୍କ ପିନ୍ଧିବା ମଧ୍ୟ ଜରୁରୀ ଅଟେ ।

 ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯଦି ସଂକ୍ରମିତ ବ୍ୟକ୍ତି ୬ ମିଟର ଦୂରତାରେ ରହୁଛି, ତେବେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ହୋମ ଆଇସୋଲେସନ ସ୍ଥିତିରେ ମଧ୍ୟ ଘରେ ଏଭଳି ହୋଇପାରେ । ଯଦି ମାସ୍କକୁ ସଠିକ ଭାବରେ ନପିନ୍ଧାଯାଏ ତେବେ, ୯୦ ପ୍ରତିଶତ ଆଶଙ୍କା ରହିଛି ଯେ ସଂକ୍ରମିତ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ଦେଇପାରିବ । ସଂକ୍ରମିତ ହେଉ ବା ସୁସ୍ଥ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ଯଦି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧୁଛି କିନ୍ତୁ ସଂକ୍ରମିତ ବ୍ୟକ୍ତି ପିନ୍ଧୁନାହିଁ ତେବେ ଇନଫେକସନର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଇଥାଏ ।

୮ ଟି ରାଜ୍ୟରେ କରୋନା ସଂକ୍ରମଣର ଏକ ଲକ୍ଷରୁ ମଧ୍ୟ ଅଧିକ ଆକ୍ଟିଭ ମାମଲା

ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମଣ ମାମଲା ଦୃତ ଗତିରେ ମାଡ଼ି ଚାଲିଛି । ବିଗତ ଏକ ସପ୍ତାହ ହେବ କରୋନା ସଂକ୍ରମଣର ୩ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦେଶର ୮ ରାଜ୍ୟ ରହିଛି, ଯେଉଁଠି କରୋନା ସଂକ୍ରମଣର ୧ ଲକ୍ଷରୁ ଅଧିକ ଆକ୍ଟିଭ କେସ ରହିଛି ।

Leave a Reply