spot_img

Latest Posts

ଗଞ୍ଜାମରେ ନୂଆ କରୋନା କଟକଣା: ୨୧ ଯାଏଁ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ

ବ୍ରହ୍ମପୁର: ନୂଆ କରୋନା କଟକଣା ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ବଢ଼ୁଥିବା ସଂକ୍ରମିତ ସଂଖ୍ୟାକୁ ଆଖି ଆଗରେ ନୂଆ ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।  ଏହି ବନ୍ଦ ସମୟରେ ଧାର୍ମିକ ଅନୁଷ୍ଠାନ ଗୁଡିକ ସାନିଟାଇଜ କରାଯିବ। ବନ୍ଦ ସମୟରେ କେବଳ ପୂଜକ ମାନେ ରୀତିନୀତିରେ ପୂଜା କରିପାରିବେ। ଜିଲ୍ଲାର ସମସ୍ତ ପାର୍କ, ସମୁଦ୍ର ବେଳାଭୂମି, ପଡିଆ, ହ୍ରଦ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାରେ ପାଳନ ହେବ ନାହିଁ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି। ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ।ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଏ ନେଇ ସୂଚିତ କରାଯାଇଛି । ସୂଚନା ଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ମା’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦେଶୀ ବେହେରା ସାହିକୁ ସିଲ୍ କରିଛି ପ୍ରଶାସନ  । ଏବଂ ଚତୁଃପାର୍ଶ୍ୱକୁ କଣ୍ଟେନମେଣ୍ଟ ଜୋନ ଘୋଷୋଣା କରିଛି ।

Latest Posts

Don't Miss