ବାଟ ଭୁଲି ସହର ଆଡ଼କୁ ମାଡ଼ି ଆସିଲା ବାଘ, ଆଉ ତା’ପରେ କ’ଣ ହେଲା ଜାଣନ୍ତୁ
1 min readଇନ୍ଦୋର: ଜଙ୍ଗଲ ନୁହେଁ କଂକ୍ରିଟ ଜଙ୍ଗଲରେ ବୁଲୁଛି ବାଘ । ବାଟରେ ଯିଏ ଆସୁଛି ତାକୁ ଆକ୍ରମଣ କରୁଛି । ଏହି ଜଙ୍ଗଲୀ ବାଘ ଆକ୍ରମଣରେ ପ୍ରାୟ ୫ ଜଣ ଆହତ ହୋଇଛନ୍ତି । ଦୀର୍ଘ ପାଞ୍ଚ ଘଣ୍ଟାର ନିରନ୍ତର ପ୍ରୟାସ ପରେ ବାଘକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଛି ବନ ବିଭାଗ।
ଘଟଣାନୁଯାୟୀ, ଗୁରୁବାର ଜଙ୍ଗଲରୁ ବାଟ ଭୁଲି ଲିମ୍ୱୋଡି ଓ ଏହାର ଆଖପାଖ ଜନବସତି ଆଡ଼କୁ ମାଡ଼ି ଆସିଥିଲା କଲରାପତରିଆ ବାଘ । ଏବଂ ସହର ମଧ୍ୟରେ ଘୁରି ବୁଲୁଥିବା ବେଳେ ତା’ ହାବୁଡ଼େ ପଡ଼ିଥିବା ଲୋକଙ୍କୁ ଆକ୍ରମଣ କରିଥିଲା । ଏହା ଦ୍ୱାରା ବର୍ଷକର ଝିଅ, ୩୦ ବର୍ଷୀୟ ମହିଳା, ଚିଡ଼ିଆଖାନା ଓ ବନ ବିଭାଗର ଜଣେ ଲେଖାଏଁ କର୍ମଚାରୀଙ୍କ ସମେତ ଜଣେ ଓ୍ୱାଚ୍ମ୍ୟାନ୍ ଆହତ ହୋଇଥିବା ସୂଚନା ରହିଛି ।
Indore: #leopard enetred in residential area, attacked on locals, three injured pic.twitter.com/ReZV8cl4mz
— Afroz Alam (@AfrozJournalist) March 11, 2021
ତେବେ ଦୀର୍ଘ ଘଣ୍ଟାର କସରତ ପରେ ଏକ ନିର୍ମଣାଧୀନ କୋଠରେ ଧରାପଡ଼ିଛି ବାଘ ।ତାକୁ ବନ କର୍ମଚାରୀମାନେ ଡାର୍ଟ ଗନ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିବା କମଳା ନେହୁରୁ ଚିଡ଼ିଆଖାନା ଦାୟିତ୍ୱରେ ଥିବା ଡ. ଉତ୍ତମ ଯାଦବ ସୂଚନା ଦେଇଛନ୍ତି ।
@aajtak @ZeeNews @ABPNews
Leopard attack limbodi khandwa road indore pic.twitter.com/NITnqfE3hP— Alok Tiwari ?? (@aloktiwari22) March 11, 2021
ତେବେ ବର୍ତ୍ତମାନ ବାଘଟିକୁ ଚିଡ଼ିଆଖାନାକୁ ନିଆଯାଇଥିବା ବେଳେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏବଂ ପରେ ତାକୁ ଜଙ୍ଗଲକୁ ଛଡ଼ାଯିବ । ଲିମ୍ୱୋଡି ବାସିନ୍ଦା କ୍ଷେମରାଜ ରାଠୋରଙ୍କ କହିବା ହେଲା ଯେ, ତାଙ୍କ ଘର କବାଡ଼ ଖୋଲା ଥିବାରୁ ବାଘ ତାଙ୍କ ଘର ଭିତରୁ ପଶିଆସିଥିଲା ଏବଂ ରୋଷେଇ କରୁଥିବା ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଏହାକୁ ନେଇ ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ । ଏବଂ ବାଘକୁ ଦେଖିବା ପରେ ତାକୁ ବାଡ଼ିରେ ଆକ୍ରମଣ କରିଥିବା ସେ କହିଛନ୍ତି ।
https://twitter.com/Atlantide4world/status/1369981042287861766
ଅପରପକ୍ଷରେ ଏହି ଘଟଣାକୁ ନେଇ କିଛି ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।