ଜୟ ଶ୍ରୀରାମ ନାରାରେ ଚିହିଁକି ଉଠିଲେ, ଭାଷଣ ଦେବାକୁ ମନା କଲେ ମମତା
1 min readକୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଭିକ୍ୱୋରିଆ ମେମୋରିଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଜନତାଙ୍କୁ ସମ୍ୱୋଧିତ କରିବା ପାଇଁ ଆମନ୍ତ୍ରିତ ହେବା ବେଳକୁ ସେଠାରେ ଉପସ୍ଥିତ ଲୋକେ ଜୟ ଶ୍ରୀରାମ୍ ସ୍ଳୋଗାନ୍ ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମମତା ।
#WATCH | I think Govt's program should have dignity. This is not a political program….It doesn't suit you to insult someone after inviting them. As a protest, I won't speak anything: WB CM Mamata Banerjee after 'Jai Shree Ram' slogans were raised when she was invited to speak pic.twitter.com/pBvVrlrrbb
— ANI (@ANI) January 23, 2021
ଏଥିସହିତ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଂଯୋଜକ ମଧ୍ୟ ସରକାରୀ କାର୍ଯ୍ୟକ୍ରମର ମର୍ଯ୍ୟଦା ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଏଥିସହିତ ମମତା ମଧ୍ୟ ସମାନ କଥା ଦୋହରାଇଥିଲେ । ସେ କହିଥିଲେ ଏହା କୌଣସି ରାଜେନୖତିକ କାର୍ଯ୍ୟକ୍ରମ ନୁହେଁ । ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ସୁଭାଷ ବୋଷଙ୍କ ଜୟନ୍ତୀ ପଶ୍ଚିମବଙ୍ଗରେ ପାଳନ କରିଥିବାରୁ ମୁଁ ଖୁସି । କିନ୍ତୁ ଜଣଙ୍କୁ ଆମନ୍ତ୍ରିତ କରି ତାଙ୍କୁ ଅପମାନିତ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏଥିସହିତ ଭାଷଣ ଦେବାକୁ ମନା କରିବା ସହ ଜୟ ହିନ୍ଦ ଓ ଜୟ ବାଙ୍ଗଳା କହି ନିଜ ଆସନ ଆଡ଼କୁ ଚାଲିଯାଇଥିଲେ ।