spot_img

Latest Posts

ଦୀର୍ଘ ୯ ମାସ ପରେ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ୯ ମାସର ବ୍ରେକ ପରେ ଜାନୁଆରି ୮ରୁ ସ୍କୁଲ ଖୋଲିବାକୁ ଯାଉଛି। ଏହା ପୂର୍ବରୁ ଗୁରୁବାର ଦିନ ସ୍ଥିତି ପରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । କ୍ଲାସ୍ ରୁମକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି ବୋଲି ମନ୍ତ୍ରୀ କହିଥିବା ବେଳେ ସ୍କୁଲ୍ ପ୍ରବେଶ ପୂର୍ବରୁ ପିଲାଙ୍କ ହାତକୁ ସାନିଟାଇଜ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ପିଲାମାନେ ୫ ଫୁଟ ଦୂରତା ରଖି ଶ୍ରେଣୀଗୃହରେ ବସିବେ । ରାଜ୍ୟରେ ୧୦ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି । ସେଥିରୁ ୮ ହଜାର ସରକାରୀ ଓ ୩ ହଜାର ବେସରକାରୀ ସ୍କୁଲ ଥିବା ବେଳେ ୬ ଲକ୍ଷ ପିଲା ପଢୁଛନ୍ତି। ଏସଓପି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସମୀକ୍ଷା କରି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏବେ ଗୋଟିଏ ସେକ୍ସନରେ କେତେ ପିଲା ପଢ଼ିବେ ସେନେଇ ନିକଟ ଅତୀତରେ ସୂଚନା ଦେଇଥିଲେ ମନ୍ତ୍ରୀ। ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସସନ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ସେ। ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରକାଶ କରିଥିଲେ ।

ସବୁଠାରୁ ବଡ଼ କଥା ହେଉଛି ୧୦୦ ଦିନର ପାଠପଢ଼ା ମଧ୍ୟରେ ରବିବାର ମଧ୍ୟ ସ୍କୁଲରେ ପାଠପଢ଼ା ହେବ। କାରଣ ରବିବାର ପାଠ ନପଢ଼ାଇଲେ ୧୦୦ ଦିନ ସମ୍ପୂର୍ଣ୍ଣ ହେବନାହିଁ। ତେବେ ସିଲାବସ ୩୦ ପ୍ରତିଶତ କମିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିଲେ।

ଏଥିସହିତ ପଢନ୍ତୁ- ଡାକ୍ତରି ଓ ଇଞ୍ଜିନିୟରିଂ ଶିକ୍ଷାରେ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ କମିଟି ଗଠନ

Latest Posts

Don't Miss