spot_img

Latest Posts

ଆସନ୍ତା ୨୭ରୁ ପୁଣି ଚାଲିବ ଜେଟ୍ ସି-ପ୍ଲେନ

ଅହମ୍ମଦାବାଦ: ଡିସେମ୍ବର ୨୭ ତାରିଖରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି‌ଠାରୁ ସାବରମତୀର ନଦୀ ମଧ୍ୟରେ ଜେଟ୍ ସି-ପ୍ଲେନ ସେବା ଆରମ୍ଭ ହେବ। ଏ ନେଇ ବିମାନ କମ୍ପାନି ସ୍ପାଇସ୍ ଜେଟ୍ ପକ୍ଷରୁ ସୂଚନା ମିଳିଛି। ଆଜିଠାରୁ ଏହାର ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି।

ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା କେବାଡିଆ ନିକଟସ୍ଥ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଅହମ୍ମଦାବାଦର ସାବରମତୀ ନଦୀ ମଧ୍ୟରେ ଚଳିତମାସ ୨୭ ତାରିଖ ଠାରୁ ସି-ପ୍ଲେନ ଉଡାଣ ଆରମ୍ଭ କରିବ। ସାବରମତୀ ନଦୀ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟି ମଧ୍ୟରେ ପ୍ରତିଦିନ ୨ଟି ସି-ପ୍ଲେନ ଚାଲିବ।  ସ୍ପାଇସଜେଟ୍ ପକ୍ଷରୁ ଏହି ୨୨୦୦ କିଲୋମିଟର ଯାତ୍ରା ପାଇଁ ଟିକେଟର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି। ଟିକେଟ୍ ବୁକିଂ ପାଇଁ www.spiceshuttle.com ୱେବସାଇଟ୍ ଜାରି ହୋଇଛି। ଏକାକାଳୀନ ୧୨ ଜଣ ଲୋକ ଏଥିରେ ଯାତ୍ରା କରିପାରେବେ।  ପ୍ଲେନ ଯିବା ଆସିବା କରିବାକୁ ସ୍ପାଇସଜେଟ୍ ପକ୍ଷରୁ ୧୮ଟି ମାର୍ଗକୁ ସୁରକ୍ଷିତ ବୋଲି ଚିହ୍ନଟ କରାଯାଇଛି। ଗୁଜୁରାଟ ପରେ ଗୌହାଟୀ, ଆଣ୍ଡାମାନ-ନିକୋବର ଓ ଦିଲ୍ଲୀର ଯମୁନା ନଦୀରେ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସି-ପ୍ଲେନ ଚଳାଇବାକୁ ଯୋଜନା ପ୍ରସ୍ତୁତ ହେଉଛି।

ସୂଚନାଯୋଗ୍ୟ, ଚଳିତବର୍ଷ ୩୧ ଅକ୍ଟୋବରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସି-ପ୍ଲେନ୍ ସେବାର ଉଦ୍‌ଘାଟନ କରିଥିଲେ। ହେଲେ ଅହମ୍ମଦାବାଦଠାରେ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ୨୭ ନଭେମ୍ବରଠାରୁ ଏହି ସେବା ବନ୍ଦ ରହିଥିଲା।

Latest Posts

Don't Miss