spot_img

Latest Posts

ଇସ୍ରାଏଲରେ କିଏ କରିବେ ସରକାର ? ଦେଶରେ ଏକ ଜାତୀୟ ସରକାର ପ୍ରତିଷ୍ଠା ସମ୍ଭାବନା ଅଧିକ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲରେ କିଏ କରିବେ ସରକାର ତାହାକୁ ନେଇ ଜାରି ରହିଛି ସସପେନ୍ସ୍ । ଦେଶରେ ଏକ ଜାତୀୟ ସରକାର ପ୍ରତିଷ୍ଠା ସମ୍ଭାବନା ଅଧିକ ହେବାରେ ଲାଗିଛି। ବିରୋଧୀ ଦଳ ନେତା ଗାଦି ଏସେନକୋଟଙ୍କ ସହ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏକ ଜାତୀୟ ସରକାର ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନେସେଟର ୧୨୦ ଆସନରୁ ନେତନ୍ୟାହୁଙ୍କ ମେଣ୍ଟ ୫୩ ଆସନ ଲାଭ କରିଥିବବେଳେ ଏସନକୋଟଙ୍କ ମେଣ୍ଟକୁ ୪୮ ଆସନ ମିଳିଛି। ବିଭିନ୍ନ ଆରବ ପାର୍ଟିଙ୍କୁ ୧୯ ଆସନ ମିଳିଥିବାବେଳେ ଏହି ମେଣ୍ଟ ଏସନକୋଟଙ୍କୁ ସମର୍ଥନ କରିବା ସମ୍ଭାବନା ଦେଖାଦେଇଛି। ନେସେଟରେ ମ୍ୟାଜିକ ନମ୍ବର ହେଉଛି ୬୧। ତେବେ ନେତନ୍ୟାହୁଙ୍କ ଅଧୀନରେ ଏସେନକୋଟ କାମ କରିବେ ନାହିଁ ସୂଚନା ମିଳିଛି । ତେବେ ଦୁଇ ନେତାଙ୍କ ନିକଟରେ ଗୋଟିଏ ବିକଳ୍ପ ରହିଛି । ତାହା ହେଲା ପ୍ରଥମ ୨ ବର୍ଷ ନେତନ୍ୟାହୁ ଓ ଅବଶିଷ୍ଟ ୨ ବର୍ଷ ଏସନକୋଟ ପ୍ରଧାନମନ୍ତ୍ରୀ ହେବେ। ଦ୍ବିତୀୟ ପ୍ରସ୍ତାବ ଅନୁସାରେ ପ୍ରଧାନମନ୍ତ୍ରୀ ଭାବେ ନେତନ୍ୟାହୁ ରହିବେ ଓଏନସକୋଟଙ୍କୁ ବରିଷ୍ଠ ମନ୍ତ୍ରୀ ପଦ ମିଳିପାରେ। ଯଦି ମିଳିତ ସରକାର ହେବ ତେବେ ଇତାମାର ବେନ ଗିଭିର ଓ ବେଜାଲେଲ ସ୍ମୁଟ୍ରିକଙ୍କ ପରି ଦକ୍ଷିଣପନ୍ଥୀ ନେତାଙ୍କୁ ମନ୍ତ୍ରୀପଦ ମିଳିପାରେ। ତେଣେ ସରକାର ଗଠନ ନେଇ ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ବିଭିନ୍ନ ଦଳ ସହ ଆଲୋଚନା ଜାରି ରଖିଛନ୍ତି।

ସର୍ବଶେଷରେ ଯଦି ସରକାର ଗଠନ ହୋଇପାରିବ ନାହିଁ ତେବେ ପୁଣି ଥରେ ଦେଶରେ ନିର୍ବାଚନ ହେବା ସମ୍ଭାବନା ରହିଛି। ୨୦୨୧ରେ ୟାମିନା ନେତା ନାଫତାଲି ବେନେଟ୍ଟଙ୍କ ନେତୃତ୍ବରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ପରେ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ପଦରୁ ପଦଚ୍ୟୁତ୍ ହୋଇଥିଲେ। ନାଫତାଲିଙ୍କୁ ସମର୍ଥନ କରିଥିଲେ ଆରବ ପାର୍ଟି। ଦେଶର ଆରବ ପାର୍ଟିଗୁଡିକ ହେଉଛନ୍ତି ରାମ, ହାଦାସ, ତାଲ, ବାଲାଦ, ଜଏଣ୍ଟ ଲିଷ୍ଟ । ରାମ ଦଳକୁ ୮ ଆସନ ମିଳିଥିବାବେଳେ ଜଏଣ୍ଟ ଲିଷ୍ଟକୁ ମିଳିଛି ୧୧ ଆସନ।

 

 

Latest Posts

Don't Miss