୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ସହ ହେବ ଶେଷ ଆଲୋଚନା: ଦୁଷ୍ୟନ୍ତ ଚୌତାଲା

1 min read

ଶନିବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି  ହରିୟାଣା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା । ହରିୟାଣା ସରକାରରେ ତାଙ୍କୁ ମିଳିଥିବା ପଦବୀରୁ ଇସ୍ତଫା ଦେବା ନେଇ ଘୋଷଣା କରିବାର ଗୋଟାଏ ଦିନ ପରେ ସେ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି । ହରିୟାଣା ସରକାର ଯଦି କୃଷକଙ୍କ ଅମଳ ଉପରେ ଏମ୍‌ଏସ୍‌ପି ଦେଇପାରିବ ନାହିଁ ତେବେ ସେ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ।

            ତେବେ ଶନିବାରର ସାକ୍ଷାତକାରରେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁନଥିବା ବେଳେ ସାକ୍ଷାତକାର ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜନାଥ ସିଂହ ।

ତେବେ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ଶ୍ରୀ ଚୌତାଲା କହିଛନ୍ତି ଚାଷୀଙ୍କ ସମସ୍ୟାର ସମାଧାନ ନେଇ କେନ୍ଦ୍ର ସରକାର ସକାରତ୍ମକ ମନୋଭାବ ରଖିଛନ୍ତି । ଆସନ୍ତା୨୪ରୁ ୪୮ ଘଣ୍ଟା ମଧ୍ୟ ଚାଷୀଙ୍କ ସହ ସରକାରଙ୍କ ଶେଷ ଆଲୋଚନା ହେବ । ଏବଂ ଏଥିରୁ ସମାଧାନର ବାଟ ବାହାରିବ । ଚାଷୀଙ୍କ ପ୍ରତିନିଧିଭାବେ ଏହାର ସମାଧାନ କରିବା ମୋର ଦାୟିତ୍ୱ ବୋଲି ସେ କହିଛନ୍ତି ।

            ସୂଚନା ଯୋଗ୍ୟ ବିଜେପି ଦୁଷ୍ୟନ୍ତ ଚୌତାଲାଙ୍କ ସହ ହରିୟାଣାରେ ମେଣ୍ଟ ସରକାର ଗଠନ କରିଛନ୍ତି । ବିଜେପି ଗତ ସାଧାରଣ ନିର୍ବାଚନରେ ୯୦ ବିଧାନସଭା ଆସନରୁ ୪୦ ଆସନରେ ବିଜୟୀ ହୋଇଥିବା ବେଳେ ୧୦ ଟି ଆସନରେ ଦୁଷ୍ୟନ୍ତଙ୍କ ଜେଜେପି ବିଜୟୀ ହୋଇଥିଲା । ଅପରପକ୍ଷରେ ୩୧ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ।

Leave a Reply