spot_img

Latest Posts

ଟ୍ରେନରୁ ଖସି ପ୍ରାଣ ହରାଇଥିବା ଯବନାଙ୍କ ଆଜି ଶେଷକୃତ୍ୟ

ମୟୂରଭଞ୍ଜ: ଚଳନ୍ତା ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ (CRPF)ର ଯବାନ ଭରତ ଚନ୍ଦ୍ର ବେହେରାଙ୍କ ମରଶରୀର ଆଜି ପହଞ୍ଚିଵ ତାଙ୍କ ଜନ୍ମ ମାଟିରେ । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଠାରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ବେହେରାଙ୍କ ପୁଅ ଭରତ ଚନ୍ଦ୍ର ବେହେରା ସିଆରପିଏଫ ଯବାନ ଭାବେ କୋଏମ୍ଵାଟୁର ରେ କାର୍ଯ୍ୟ କରୁଥିଲେ।

ଘରେ ଛୁଟି ଶେଷ କରି ଗତ ୯ ତାରିଖ ଦିନ ସେ ଭୂଵନେଶ୍ୱର ରୁ କୋଏମ୍ଵାଟୁର ଫେରୁଥିବା ବେଳେ କୋଏମ୍ବାଟୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ହଠାତ୍ ଟ୍ରେନ ରୁ ଖସିପଡ଼ି ପ୍ରାଣ ହରାଇଥିଲେ। ଆଜି ତାଙ୍କର ମରଶରୀରକୁ ଜନ୍ମ ମାଟି ଡୁକୁରା କୁ ଅଣାଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସ୍ୱର୍ଗତ ଭରତ ଚନ୍ଦ୍ର ବେହେରାଙ୍କ ପରିବାରରେ ବାପା, ମାଆ, ସ୍ତ୍ରୀ ଓ ୯ ବର୍ଷର ପୁଅ ଅଛନ୍ତି। ତାଙ୍କର ଏହି ଅକାଳ ବିୟୋଗ ଡୁକୁରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ସେପଟେ ପରିବାରର ରୋଜଗାରକ୍ଷମ ପୁତ୍ରରେ ବିୟୋଗରେ ମର୍ମାହତ ପରିବାର । ସେପଟେ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବାର କାର୍ଯ୍ୟକ୍ରମ ରହିଛି।

Latest Posts

Don't Miss