ପଦମପୁର ରେଜଲ୍ଟ: ୭ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

1 min read

ପଦମପୁର: କିଏ ପିନ୍ଧିବ ବିଜୟ ଟୀକା ? ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି ।୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । ଚାଲିଛି ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି।

ପ୍ରଥମ ରାଉଣ୍ଡ ଗଣତି ପରେ ବିଜେଡି ୫୫୦୧, ବିଜେପି ୩୭୮୯, କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ହାତେଇଥିଲା। ପରେ ପ୍ରଥମ ରାଉଣ୍ଡ ସୁଦ୍ଧା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲା ବିଜେଡି । ପ୍ରଥମ, ଦ୍ୱିତୀୟ, ତୃତୀୟ ରାଉଣ୍ଡ ଠାରୁ ଆରମ୍ଭ କରି ୭ମ ରାଉଣ୍ଡ ସୁଦ୍ଧା ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ। କେବଳ ୭ମ ରାଉଣ୍ଡରେ  ବିଜେଡି ୫୭୬୫ ଭୋଟ୍ ହାତେଇଥିବା ବେଳେ ବିଜେପି ୩୯୨୧, କଂଗ୍ରେସ ୧୬୧ ଏବଂ ଅନ୍ୟାନ୍ୟ ୩୩୦ ଭୋଟ୍ ହାତେଇଛନ୍ତି ।

ସୂଚନା ଅନୁଯାୟୀ, ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ପରେ ଇଭିଏମ ଗଣତି ଚାଲିଛି। ୧୪ଟି ଟେବୁଲେ ୩୧୯ଟି ବୁଥର ଗଣତି ବ୍ୟବସ୍ଥା କରାଯାଇଛି । ମୋଟ ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି ।  ଗଣତି ବେଳେ ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ। ଇଭିଏମରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ତାର ମରାମତି ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ବ୍ୟତିତ ଗଣତି କେନ୍ଦ୍ରରେ କେହି ମୋବାଇଲ ବ୍ୟବହାର କରି ପାରିବେ ନାହିଁ । ଗଣତି ବେଳେ କେଉଁ ରାଉଣ୍ଡରେ କିଏ ଆଗୁଆ ରହିଲା ଜାଣିବା ପାଇଁ results.eci.gov.inରେ ଜାଣି ପାରିବେ ।