୬ ଟଙ୍କାରେ ଲଗଜରୀ ରୁମ୍‌, ତାଜ୍‌ ହୋଟେଲର ପୁରୁଣା ବିଜ୍ଞାପନ ଭାଇରାଲ

ମୁମ୍ବାଇ: ଦେଶର ସବୁଠାରୁ ଲଗଜରୀ ହୋଟେଲ ମଧ୍ୟରୁ ମୁମ୍ବାଇର ତାଜ୍‌ ଗୋଟିଏ  । ଏହି ପଞ୍ଚ ତାରକା ହୋଟେଲରେ ରାଜାଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ବଡ଼ ବଡ଼ ସେଲିବ୍ରିଟି ଓ ବିଜନେସମ୍ୟାନ୍‌ ରୁମ୍‌ ବୁକ୍‌ କରନ୍ତି । ହସ୍ପିଟାଲିଟି କଥା ଯଦି କହିବା ତେବେ ଏହାର ଖୁବ୍‌ ନାଁ ରହିଛି । କିନ୍ତୁ ଖୁବ୍‌ କମ୍‌ ଲୋକ ହୁଏତ ଜାଣିଥିବେଯେ, ଦିନ ଥିଲା ଯେତେବେଳେ ଏହି ହୋଟେଲରେ ୬ ଟଙ୍କାରେ ଭଡ଼ାରେ ମିଳୁଥିଲା ରୁମ୍‌ ।

ଅଖିଳ ଭାରତୀୟ ବେପାରୀ ସଂଘର ସେକ୍ରେଟାରୀ ଜେନେରାଲ ପ୍ରବୀଣ ଖଣ୍ଡେଲଓ୍ୱାଲ ତାଜ୍‌ ହୋଟେଲର ଏକ ପୁରୁଣା ବିଜ୍ଞାପନ ଶେୟାର କରିଛନ୍ତି । ଲେଖଛନ୍ତିଯେ, ୧୯୦୩ ମସିହା ୧ ଡିସେମ୍ବର । ଏହି ଦିନ ଉଦଘାଟନ ହୋଇଥିଲା ମୁମ୍ବାଇର ତାଜ୍‌ ହୋଟେଲ । ସେହି ସମୟରେ ଏକ ବଖରା ପାଇଁ ୬ ମାତ୍ର ୬ ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା । ଏହି ବିଜ୍ଞାପନ କିନ୍ତୁ ୧୯୦୭ ମସିହାରେ ବାହାରିଥିଲା । ସେତେବେଳେ ମାସିକ ଦରମା ଥିଲା ୫ ଟଙ୍କା । ତେବେ ଏହି ହୋଟେଲରେ ୪୦୦ରୁ ଅଧିକ ବଖରା ଥିବା ବିଜ୍ଞାପନରେ କୁହାଯାଇଛି ।  ବର୍ତ୍ତମାନର ଖବର ଅନୁସାରେ ହୋଟେଲରେ ଏବେ ୨୮୫ଟି ବଖରା ରହିଛି ।  ପ୍ରତ୍ୟେକ ବଖରାରେ ସମୃଦ୍ଧ ଇତିହାସର ଝଲକ୍‌ ଦେଖିବାକୁ ମିଳିଛି ।