ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କ ପାଇଁ ୫୦ ଗାଁକୁ ଛୁଇଁ ପାରିନି ମହାମାରୀ

50 Village Of Koraput Odisha Not A Single Case Of Corona

ଜୟପୁର: କରୋନାର କରାଳ ରୂପ ସାରା ଦେଶ ଦେଖିଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ଡେଇଁବା ପରେ ଥମିଛି । ସବୁଠି କରୋନା କାୟା ବିସ୍ତାର କରିଥିବା ବେଳେ କୋରାପୁଟ ଜିଲ୍ଲାର ୫୦ଟି ଗାଁକୁ ଛୁଇଁ ପାରିନି ଭୂତାଣୁ । ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଅଦ୍ୟମ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । କରୋନାକୁ ମାତ୍ ଦେବାକୁ ଦିନରାତି ପରିଶ୍ରମ କରି ଲୋକଙ୍କୁ ବୁଝାଇଥିଲେ ଆଶା ଓ ଅଙ୍ଗନୱାଡ଼ି କର୍ମୀ । ଏବେ ଏହି ୫୦ ଆଦିବାସୀ ଗାଁ କରୋନା ମୁକ୍ତ ।

50 Village Of Koraput Odisha Not A Single Case Of Corona

ସୂର୍ଯ୍ୟ ଉଏଁ, ସକାଳ ହୁଏ । ଆଉ ସକାଳ ସହ ଆରମ୍ଭ ହୁଏ ଆଶା ଦିଦିଙ୍କ ସଚେତନତା । ଗାଁକୁ ଗାଁ, ଘରକୁ ଘର ଘୁରି ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରନ୍ତି ଆଶା ଦିଦି ପ୍ରମିଳା । ସାମାଜିକ ଦୂରତାଠୁ ନେଇ ହାତ ସଫା ଓ ସଠିକ୍ ଭାବେ ମାସ୍କ ପରିଧାନ ସବୁକିଛି ଶିଖାନ୍ତି ଲୋକଙ୍କୁ । ଏଥିସହ ଅକ୍ସିମିଟରରେ ଅମ୍ଲଜାନ ସ୍ତର ଏବଂ ହୃତସ୍ପନ୍ଦନ ଯାଞ୍ଚ କରନ୍ତି । ଗାଁକୁ ସଫା ସୁତୁରା ରଖିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥାନ୍ତି ପ୍ରମିଳା । ଏଥିରେ ଆଶା ଦିଦିଙ୍କୁ ସହଯୋଗ କରନ୍ତି କଞ୍ଜେଇମାଳିଗୁଡ଼ାର ଅଙ୍ଗନୱାଡ଼ି ଦିଦି ।

50 Village Of Koraput Odisha Not A Single Case Of Corona

ଗାଁରେ ପ୍ରାୟ ୨୮୦ ଲୋକ ରହୁଥିବା ବେଳେ ପରିବେଶ ବେଶ୍ ମନଲୋଭା । ସବୁଜ ବନାନୀ ଘେରା ଆଦିବାସୀ ଗାଁରେ ପହଞ୍ଚି ପାରନି କରୋନା । ଆଶାଦିଦିଙ୍କ କଥାକୁ ଏଠି ଅକ୍ଷରେ ଅକ୍ଷରେ ମାନନ୍ତି ଲୋକେ । ଆଉ ଟିଭିରେ ସରକାର ଦେଉଥିବା ଗାଇଡଲାଇନକୁ ପାଳନ୍ତି । ଆବଶ୍ୟକତା ନଥିଲେ ବାହାରକୁ ଯାଆନ୍ତି ନାହିଁ । ସବୁ ନିୟମ ମାନୁଥିବାରୁ ଗାଁ କରୋନାମୁକ୍ତ ଥିବା କହିଛନ୍ତି ଗ୍ରାମବାସୀ ।

50 Village Of Koraput Odisha Not A Single Case Of Corona

କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ଏଭଳି ୫୦ଟି ଗ୍ରାମ ରହିଛି, ଯେଉଁଠି କେହି ବି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କ କଠିନ ପରିଶ୍ରମ ପାଇଁ ଏସବୁ ସମ୍ଭବ ହୋଇଥିବାରୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply