ପୁଣି ବଢ଼ିଲା ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ଦେଶରେ ୫୦ହଜାର ୨୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ଲକ୍ଷ ୬୪ହଜାର ୮୬ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୪ହଜାର ୩୧୫ରେ ପହଞ୍ଚିଛି । ଦେଶରେ କରୋନା ଆକ୍ଟିଭ କେସ୍ ୫ଲକ୍ଷ ୨୭ହଜାର ୯୬୨ଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୭୭ଲକ୍ଷ ୧୧ହଜାର ୮୦୯ । ମହାରାଷ୍ଟ୍ରରେ ସର୍ବାଧିକ ୧୬ଲକ୍ଷ ୯୮ହଜାର ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୪୪ହଜାର ୫୪୮ରେ ପହଞ୍ଚିଛି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮ଲକ୍ଷରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୧୧ହଜାର ୨୮୧ ଓ ୬ହଜାର ୭୪୪ରେ ପହଞ୍ଚିଛି । ତାମିଲନାଡୁରେ ୭ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୧ହଜାର ୨୪୪ଜଣଙ୍କ ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତ ସାମ୍ୱାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ

Leave a Reply