କରୋନା ସଂକ୍ରମିତ ସାମ୍ୱାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ

2 min read

ଭୁବନେଶ୍ୱର: ବୈଦ୍ୟୁତିକ ଗଣମାଧ୍ୟମର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି । କିଛି ଦିନ ତଳେ କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପ୍ରବୀର । ସେ ଜଣେ କ୍ରାଇମ ରିପୋର୍ଟର ଭାବେ ଓଡ଼ିଶାବାସୀଙ୍କ ନିକଟରେ ବେଶ ପରିଚିତ ଥିଲେ ।

ତାଙ୍କର ଏଭଳି ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପ୍ରବୀରଙ୍କ ଏଭଳି ଦୁଃଖଦ ବିୟୋଗ ତାଙ୍କୁ ହତ୍‌ବାକ କରିଦେଇଥିବା ସେ କହିଛନ୍ତି । ଏଥିସହିତ ଏଭଳି କଠିନ ସମୟରେ ତାଙ୍କ ପରିବାର ଲୋଙ୍କୁ ଶକ୍ତି ଦେବାକୁ  ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ଶ୍ରୀ ମଙ୍ଗରାଜ୍ ।

ସାଂସଦ ସସ୍ମିତ ପାତ୍ର ମଧ୍ୟ ପ୍ରବୀରଙ୍କ ଦେହାନ୍ତ ନେଇ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଦକ୍ଷ ସାମ୍ୱାଦିକ, ପ୍ରବୀରଙ୍କ ବିୟୋଗ ତାଙ୍କୁ ବ୍ୟଥିତ କରିଥିବା ସେ କହିଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସସ୍ମିତ । ଏବଂ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave a Reply