ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରିଲେ ଆଉ ୩୭ ଓଡ଼ିଆ

1 min read

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟା ଲଢ଼େଇ । ଏହାରି ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଜାରି ରହିଛି ମିଶନ । ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ଭାରତ ଆଣାଯାଉଛି । ତେବେ ଏହାରି ଭିତରେ ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ୟୁକ୍ରେନରୁ ଆଉ ୩୭ ଓଡ଼ିଆ ଛାତ୍ରଛାତ୍ରୀ ଫେରିଛନ୍ତି । ରାଜ୍ୟ ସରକାରଙ୍କ ସହାୟତାରେ ଯୁଦ୍ଧ ଭୂମିରୁ ଛାତ୍ରଛାତ୍ରୀ ଛାତ୍ରଛାତୀ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପରିବାରକୁ ଦେଖି ସମସ୍ତ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇଥିଲେ ।

ଓଡ଼ିଶାରେ ପହଞ୍ଚିବା ପରେ ଭୟଙ୍କର ଅନୁଭୂତି ବଖାଣିଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାୟତାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି ଛାତ୍ରଛାତ୍ରୀ । ରାତି ୧୦ ଟା ୩୦ରେ ଇଣ୍ଡିଗୋ ବିମାନରେ ପହଂଚିବା ପରେ ଓଡିଶା ମୋ ପରିବାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଓଡିଶା ପର୍ଯ୍ୟଟନ ବିକାଶ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାନ ଦ୍ୱାରା ଛାତ୍ରଛାତ୍ରୀ ନିଜ ନିଜ ଗନ୍ତ୍ୟବ ସ୍ଥଳୀରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଥିଲା ।

 

Leave a Reply