୩ ଶହ ବର୍ଷ ପୁରୁଣା ମନ୍ଦିର ଉପରେ ଚଢ଼ିଲା ବୁଲଡୋଜର

ଅଲବର: ରାଜସ୍ଥାନର ଅଲବର ଜିଲ୍ଲାରେ ଥିବା ଏକ ୩ ଶହ ବର୍ଷ ପୁରୁଣା ଶିବ ମନ୍ଦିରକୁ ବୁଲଡୋଜର ଚଢ଼ାଇ ମାଟିରେ ମିଶାଇ ଦିଆଯାଇଛି । ଶିବ ମନ୍ଦିରକୁ ଜୋତା ପିନ୍ଧି ମୂର୍ତ୍ତି ଉପରେ ମେସିନ୍‌ ଚଲାଇବା ଦ୍ୱାରା ହିନ୍ଦୁବାଦୀ ସଙ୍ଗଠନକୁ ଗଭୀର ଆଘାତ ପହଞ୍ଚିଛି ।  ଏହାକୁ ବିରୋଧ କରି ନଗର ପାଳିକା ଇଓ,ଏସଡିଏମ ଏବଂ ରାଜଗଡ଼ ବିଧାୟକଙ୍କ ବିରୋଧରେ ଏତଲା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସର ଗହଲୋତ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପି ନ୍ୟାସନାଲ ଆଇଟି ସେଲର ମୁଖ୍ୟ ଅମିତ୍‌ ମାଲବୀୟ କହିଛନ୍ତିଯେ, ହିନ୍ଦୁଙ୍କ  ଆସ୍ଥାକୁ କୁଠାରଘାତ କରିବା ହେଉଛି କଂଗ୍ରେସର ନୈତିକତା । ଏହାପରେ ସେ ଟ୍ୱିଟ୍‌ କରି ଏହା ମଧ୍ୟ ଲେଖିଛନ୍ତିଯେ, ଏପ୍ରିଲ ୧୮ରେ ରାଜସ୍ଥାନର ରାଜଗଡ଼ରେ ବିନା ନୋଟିସରେ ପ୍ରଶାସନ ୮୫ ହିନ୍ଦୁଙ୍କ ଦୋକାନ ଏବଂ ଘର ଉପରେ ବୁଲଡୋଜର ଚଢ଼ାଇଥିଲା ।

ଅନ୍ୟପଟେ ବିଜେପି ମିଛ କହୁଛି ବୋଲି କହିଛନ୍ତି ରାଜସ୍ଥାନର ମନ୍ତ୍ରୀ ପ୍ରତାପ ସିଂ । ତାଙ୍କ କହିବା ହେଉଛି ବିଜେପି ନିଜେ ଏ ସବୁ କରି କଂଗ୍ରେସ ମୁଣ୍ଡରେ ଅଠା ବୋଳୁଛି । କଂଗ୍ରେସ ସବୁବେଳେ ଏ ସବୁକୁ ବିରୋଧ କରିଛି, ସମର୍ଥନ ନୁହେଁ । ତେବେ ଯଦି କୌଣସି ଆଇନ୍‌ କାନୁନ ସମସ୍ୟା ନ ଆସେ ତେବେ ଆମ ସରକାର ପୁନର୍ବାର ମନ୍ଦିର ତିଆରି କରିବେ ବୋଲି କହିଛନ୍ତି ।