ଭିଜିଲାନ୍ସ ଜାଲରେ ITDAର ୩ ଯନ୍ତ୍ରୀ, ସରକାରୀ ଗାଡ଼ିରେ ନେଉଥିଲେ ବିପୁଳ ଟଙ୍କା

1 min read
3 Engineer Of Nabarangpur ITDA Office On Vigilance Net

ନବରଙ୍ଗପୁର: ହରଡ଼ଘଣାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀ । ସରକାରୀ ଗାଡ଼ିରେ ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସେମାନଙ୍କ ନିକଟରୁ ଭିଜିଲାନ୍ସ ନଗଦ ୩ ଲକ୍ଷ ୧୧ ହଜାର ଟଙ୍କା ଜବତ କରିଛି । ତେବେ, ଏତେ ଟଙ୍କା ନେଇ କାହିଁକି ତିନିଜଣ ଯନ୍ତ୍ରୀ ଯାଉଥିଲେ ? ଭିଜିଲାନ୍ସ ଏନେଇ ପଚରାଉଚରା ଜାରି ରଖିଛି ।

3 Engineer Of Nabarangpur ITDA Office On Vigilance Net

ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଭିଜିଲାନ୍ସ ସୂଚନା ପାଇଥିଲା ସରକାରୀ ଗାଡ଼ିରେ ବିପୁଳ ଟଙ୍କା ନିଆଯାଉଛି । ପ୍ରାକ୍ ସୂଚନା ଅନୁସାରେ ନବରଙ୍ଗପୁର ଭିଜିଲାନ୍ସର ଟିମ୍ ପାପଡ଼ାହାଣ୍ଡି ନିକଟ ମୃଗ ବିହାର ନିକଟରେ ଛକି ରହିଥିଲା । ରେଡ୍ ବେଳେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଗାଡ଼ି (OD 24 A 3328)ରୁ ନଗଦ ୩ ଲକ୍ଷ ୧୧ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି । ଏଥିସହ ଗାଡ଼ିରେ ଥିବା ୩ ଯନ୍ତ୍ରୀଙ୍କୁ ଜେରା କରୁଛି ଭିଜିଲାନ୍ସ ।

3 Engineer Of Nabarangpur ITDA Office On Vigilance Net

ନବରଙ୍ଗପୁର ଆଇଟିଡିଏ ଅଫିସର ଇନ୍ ଚାର୍ଜ ଏଇ ଶରତ କୁମାର ମାଝୀ, କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା ଅଫିସ୍ ଗାଡ଼ରେ ଉମରକୋଟ ଯାଉଥିଲେ । ୩ ଜଣ ଜେଇ ସାଙ୍ଗରେ ଏତେ ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ଖବର ପାଇଥିଲା । ରେଡ୍ ପରେ ଗାଡ଼ିରୁ ୩ ଲକ୍ଷ ୧୧ ହଜାର ଟଙ୍କା ମିଳିଥିବା ବେଳେ ଭିଜିଲାନ୍ସ ୩ ଜଣ ଜେଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅନୁମାନ କରାଯାଉଛି କୌଣସି ଠିକା କାମରୁ ମିଳିଥିବା ଅର୍ଥକୁ ନେଇ ସେମାନେ ଉମରକୋଟ ଯାଉଥିଲେ ।

Leave a Reply