କାବୁଲ ସ୍କୁଲରେ ୩ଟି ବ୍ଲାଷ୍ଟ, ୧୫ ପିଲାଙ୍କ ମୃତ୍ୟୁ

People stand at the site of a blast in Kabul, Afghanistan May 8, 2021. REUTERS/Stringer

କାବୁଲ: ଆଫଗାନିସ୍ତାନରେ ଆତଙ୍କବାଦୀ ଛୋଟପିଲାଙ୍କୁ ଟାର୍ଗେଟ୍‌ କରିଛନ୍ତି । ଆଫଗାନିସ୍ତାନର କାବୁଲରେ ମଙ୍ଗଳବାର ସକାଳ ସମୟରେ ୩ଟି ବିସ୍ଫୋରଣ ହୋଇଛି । ଏକ ସ୍କୁଲରେ ବିସ୍ଫୋରଣ କରିଥିବା ଆତଙ୍କବାଦୀ ନିଜକୁ ମଧ୍ୟ ଉଡ଼ାଇ ଦେଇଛି ।

ରିପୋର୍ଟ ଅନୁସାରେ, ଏହି ବଡ଼ ଧରଣର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୦ ଜଣ ପିଲାଙ୍କ ଜୀବନ ଯାଇଥିବା କୁହାଯାଉଛି । ଏହାକୁ ବାଦ୍‌ ଦେଲେ ଡର୍ଜନରୁ ଅଧିକ ପିଲା ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆଞ୍ଚଳିକ ଗଣମାଧ୍ୟମର ଖବର ଅନୁସାରେ ସ୍କୁଲର ସମସ୍ତ ପିଲା ବାହାରେ ଛିଡ଼ା ହୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଛି ।

ତେବେ ଘଟଣା ପରେ କାବୁଲରେ ସ୍ଥିତି ବିଗିଡ଼ି ଯାଇଛି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି କାବୁଲ ।