ଭାରତୀୟ ମହିଳା କ୍ରିକେଟ ଦଳର ବୃହତ ବିଜୟ: ୯ ଓ୍ୱିକେଟରେ ବିଜୟ ସହ ସ୍ଥିତି ବରାବର କଲା ଟିମ୍‌ ଇଣ୍ଡିଆ

1 min read

ଲକ୍ଷ୍ଣୌ: ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବୃହତ ବିଜୟ । ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ୧-୧ ସହ ସ୍ଥିତି ବରାବର କରିଛି । ଭାରତର ବିଜୟରେ ଝୁଲଣ ଗୋସ୍ୱାମୀ ୪ ଓ୍ୱିକେଟ ସହ ସ୍ମୃତି ମନ୍ଦାନା ଅପରାଜିତ ୮୦ରନ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ମଙ୍ଗଳବାର ଲକ୍ଷ୍ଣୌରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ଭାରତ ୨୮.୪ ଓଭରରେ ୧ ଓିକେଟ ବିନିମୟରେ  ହାସଲ କରିଛି । ଏହି ଦୁଇ ଟିମ୍‌ଙ୍କ ମଧ୍ୟରେ ତୃତୀୟ ଏକଦିବସୀ ମ୍ୟାଚ୍ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯିବ ।

ଭାରତୀୟ ଅଧିନାୟକ ମିତାଲି ରାଜ୍ ପ୍ରଥମ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ତେବେ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇବାରେ ଲାଗିଥିଲା ଦକ୍ଷିଣ ଆଫ୍ରିକା ଦଳ । ୪୧ ସୁଦ୍ଧା ସମସ୍ତ ଓ୍ୱିକେଟ ହରାଇ ମାତ୍ର ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା ଦଳ । ୧୫୮ରନର  ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତୀ୍ୟ ଦଳର ପ୍ରଦର୍ଶନ ଖରାପ ଥିଲା । ପାଞ୍ଚ ଓଭର ଖେଳ ବେଳକୁ ଜୋମିମାହ ରାଡ୍ରିଗ୍ସଙ୍କୁ ଦ୍ରୁତ ବୋଲର ଶବନୀମ୍ ଇସ୍ମାଇଲ୍ ଆଉଟ୍ କରିଥିଲେ । ଏହାପରେ ଓପନର ସ୍ମୃତି ମନ୍ଦାନାଙ୍କ ଆକ୍ରାମଣାତ୍ମକ ସଟ୍ ଖେଳି ଆଫ୍ରିକାକୁ ବେକଫୁଟରେ ରଖିଥିଲେ । ମନ୍ଦାନା ଇସ୍ମାଇଲଙ୍କୁ ପ୍ରଥମ ଓଭରରେ ୨ଟି ଛକା ମାରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ସେ ପୁନମ୍ ସହିତ ୧୩୮ ରନ୍‌ର ଅପରାଜିତ ଇଂନିସ ଖେଳିଥିଲେ । ପୁନମ୍ ୮୯ ବଲରେ ୬୨ ରନ୍ କରିଥିଲେ । ଯାହାକୁ ଟିମ୍‌ ଇଣ୍ଡିଆକୁ ବିଜୟ ହେବାରେ ସହାୟକ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ରାଫେଲ କମ୍ପାନୀ ଡାସାଉଲ୍ଟର ମାଲିକ ଅଲିଭିଅର୍ ଡାସାଉଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ

Leave a Reply