ପୋଲିସ ଗୁଳିରେ ୨୬ ମାଓବାଦୀ ମୃତ

1 min read

ଗଡ଼ଚିରୋଲି: ମହାରାଷ୍ଟ୍ର ପୋଲିସକୁ ବଡ଼ ସଫଳତା । ଗଡ଼ଚିରୋଲିରେ ପୋଲିସ ଗୁଳିରେ ୨୬ ମାଓବାଦୀ ସଫା । ୩ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ।

ଗଡ଼ଚିରୋଲି ଏସପି ଅଙ୍କିତ ଗୋଏଲ କହିଛନ୍ତି, ଗୟାରପଟ୍ଟି ଜଙ୍ଗଲରେ ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । କିଛିଦିନ ପୂର୍ବରୁ ଏହି ସ୍ଥାନରୁ ୨ ଲକ୍ଷ ପୁରସ୍କାର ରାଶି ଥିବା ମାଓବାଦୀ ମଙ୍ଗାରୁ ମାଣ୍ଡବୀକୁ ଗିରଫ କରାଯାଇଥିଲା । ମଙ୍ଗରୁ ବିରୋଧରେ ହତ୍ୟା ଓ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ମାମଲା ରୁଜୁ କରାଯାଇଛି ।

ସେପଟେ ମଧ୍ୟପ୍ରଦେଶର ବାଲାଘାଟର ମାଲଖେଡୀ ଗାଁରେ ମାଓବାଦୀ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏମାନଙ୍କୁ ହତ୍ୟା କରିଛନ୍ତି । ଗତ ୭ ତାରିଖରେ ପୋଲି ଲାଞ୍ଜି ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଥିଲା । ଗାଁ ଲୋକ ଏନେଇ ପୋଲିସକୁ ସୂଚନା ଦେଇଥିବା ମାଓବାଦୀ ସନ୍ଦେହ କରୁଥିଲେ ।

Leave a Reply