ଜଗତସିଂହପୁରରେ ୨୦ ସଂକ୍ରମିତ ଚିହ୍ନଟ, କେବଳ ନାଉଗାଁରୁ ୧୯

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ସକାଳେ ରାଜ୍ୟରୁ ୪୮ ଜଣ ନୂଆ କରୋନା ଚିହ୍ନଟ ହୋଇଥିଲେ । ଆଉ ଏବେ ପୁଣି ନୂଆ ୨୦ ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମସ୍ତେ ହେଉଛନ୍ତି ଜଗତସିଂହପୁରର । ୨୦ ଜଣଙ୍କ ମଧ୍ୟରୁ ୧୯ ଜଣ ହେଉଛନ୍ତି ଜଗତସିଂହପୁର ନାଉଗାଁ ଅଞ୍ଚଳର ଏବଂ ଜଣେ ହେଉଛି କୁଜଙ୍ଗ ଅଞ୍ଚଳର । ଏ ସମସ୍ତ ୨୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ ବୋଲି ସୂଚନା ମିଳିଛି ।

ସବୁଠାରୁ ବଡ଼ କଥା ହେଉଛି ଆଜି ସକାଳେ ଜଗତସିଂହପୁରକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କରୋନା ମୁକ୍ତ ଘୋଷଣା କରିଥିଲେ । ଯାହାଫଳରେ ଗ୍ରୀନ୍‌ ଜୋନ୍‌ ତାଲିକାଭୁକ୍ତ ରହିଥିଲା । କିନ୍ତୁ କିଛି ଘଣ୍ଟା ପରେ ସନ୍ଧ୍ୟା ସମୟରେ ପୁଣି ୨୦ ଟି ନୂଆ କରୋନା ସଂକ୍ରମିତି ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ରହିଛି ୮୯୬, ସେହିଭଳି ସକ୍ରିୟ ରହିଛନ୍ତି ୫୧୫  । ତେବେ ରହଚ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୭୭ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

Leave a Reply