ମୌସୁମୀ ବର୍ଷାରେ ତେଲକୋଇ ପୋଲ ଉପରେ ଚାଲିଲା ୨ ଫୁଟ୍ ଉଚ୍ଚର ପାଣି

କେନ୍ଦୁଝର: ମୌସୁମୀ ବର୍ଷାରେ କେନ୍ଦୁଝର ତେଲକୋଇରେ ପୋଲ ଉପରେ ଚାଲିଲା ୨ ଫୁଟ୍ ଉଚ୍ଚର ପାଣି । ପ୍ରବଳ ବର୍ଷା ଫଳରେ ଗୋଟିଏ ପଞ୍ଚାୟତର ୬ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ତେଲକୋଇ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୮୬.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାର ପ୍ରଭାବରେ କରଦାଙ୍ଗି ପଞ୍ଚାୟତ ଘୁରୁଡ଼ିଆ ନାଳ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ରାତିସାରା ବର୍ଷା ହେବାରୁ ନାଳର ଜଳପତ୍ତନ ବୃଦ୍ଧି ପାଇଥିଲା । ବର୍ଷାଜଳ ପୋଲ ଉପରେ ପ୍ରବାହିତ ହେବା ଫଳରେ ସରେଇ, କରଦାଙ୍ଗି, ଶାମନାଳି, କମଳାବଣି, ଖଳି ଢ଼ିପସାହି, ଚକଧର, ମହାନ୍ତ ସାହି ପ୍ରଭୃତି ଗାଁ ଓ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।