ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ମତଦାନ ରେକର୍ଡ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୯ଟା ସୁଦ୍ଧା ୧୫ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ । ସକାଳ ୯ଟା ସୁଦ୍ଧା ସୋରରେ ୧୩.୬୨% ମତଦାନ, ସିମୁଳିଆରେ ୧୩ ଓ ଖଇରାରେ୧୬.୭୩ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ଆଜି ମୋଟ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡୁଛି ଭୋଟ୍ । ୬୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି  ୫୬ ଲକ୍ଷ ୫୩ ହଜାର ୪୦୫ଭୋଟର । ୧୮ ହଜାର ୪୯୫ ଓ୍ୱାର୍ଡରେ ୨ ହଜାର ୭୭୩ ସମ୍ବେଦନଶୀଳ ବୁଥ୍ ରହିଛି । ୧୭୧ଟି ଜିଲ୍ଲା ପରିଷଦ ଜୋନରେ ହେଉଛି  ନିର୍ବାଚନ । ୧୩୮୨ ଲେଖାଏ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ଓ୍ୱାର୍ଡରେ ହେଉଛି ଭୋଟିଂ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୨ ହଜାର ୭୭୩ଟି ସମ୍ବେଦନ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ୩୫ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ମତଦାନ ହୋଇଛି ।

ଏଥିସହିତ ପଢ଼ନ୍ତୁ: ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ମତଦାନ ରେକର୍ଡ

Leave a Reply