spot_img

Latest Posts

ସରକାରଙ୍କ ଭୁଲ ପାଇଁ ଦୁର୍ଦ୍ଦଶା ଭୋଗୁଛି ଗଞ୍ଜାମ !

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ଯା ଗଞ୍ଜାମ ଜିଲ୍ଲାର ମେରୁଦଣ୍ଡ ଭାଙ୍ଗି ଦେଇଛି । ଭୟଙ୍କର ପ୍ରାକୃତିକ ବିପର୍ଯ୍ଯୟରେ ଅନେକ ବାସହରା ହୋଇଛନ୍ତି । ପାଣି ଛାଡ଼ିବା ପରେ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ସର୍ବସ୍ବ ହରାଇ ଲୋକେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ୧୯୯୦ ଠାରୁ ବଳିଯାଇଛି ୨୦୨୬ ବନ୍ୟା । ସରକାରଙ୍କ ଅସାବଧାନତା ଓ ଅପାରଗତା ଯୋଗୁଁ ଗଞ୍ଜାମରେ ବ୍ୟାପକ କ୍ଷତି ହୋଇଛି । ଗଞ୍ଜାମବାସୀ କିଛି ବୁଝିବା ଆଗରୁ ସବୁକିଛି ଛାରଖାର କରି ଦେଇଛି ବନ୍ୟା ବିଭୀଷିକା । ଏହି ପ୍ରଳୟଙ୍କରୀ ବନ୍ୟା ସବୁ ବର୍ଗର ଲୋକମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଧାନ ଫସଲ, ପନି ପରିବା ଚାଷୀ, ମତ୍ସ୍ୟ ଚାଷୀ, କୁକୁଡ଼ା ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ । ବନ୍ୟା ପରିଚାଳନାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି-୨ ରେ ଉଦବେଗ ପ୍ରକାଶ ପାଇଛି । ଏତେବଡ଼ ବର୍ଷା ହେବ ବୋଲି ସେମାନେ ଆକଳନ କରିପାରିଲେ ନାହିଁ ଜଳ ସମ୍ପଦ ଅଧିକାରୀମାନେ ଏହାକୁ ସ୍ଵୀକାର କରିଛନ୍ତି । ୩୦ ତାରିଖରୁ ସୂଚନା ଥିଲା । ହେଲେ ସରକାର ବନ୍ୟା ପରିଚାଳନାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ବିରୋଧୀ । ସେପଟେ ବିଭିନ୍ନ ସ୍ଥାନ ବୁଲି କେନ୍ଦ୍ରୀୟ ଟିମ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି  ।

 

Latest Posts

Don't Miss