ନାରୀ ସୁରକ୍ଷା ନାଁରେ ବିଜେପି ନେତାଙ୍କ କୁମ୍ଭୀର କାନ୍ଦଣା, ସୀମା ଟପୁଛନ୍ତି ଦଳୀୟ ବିଧାୟକ

Women Security In Only BJP Slogan, Party MLA Bishnu Sethy Misbehaved Social Activist In A Stage

ଭଦ୍ରକ: ନାରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପିର ଜାତୀୟ ନେତାଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତୃବୃନ୍ଦ ଚିତ୍କାର କରୁଛନ୍ତି । କିନ୍ତୁ ଖୋଦ୍‌ ବିଜେପି ବିଧାୟକ ବିଷ୍ଣୁ ସେଠୀ, ମଞ୍ଚ ଉପରେ ଜଣେ ପ୍ରତିଷ୍ଠିତ ମହିଳାଙ୍କୁ ଅପମାନିତ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଜେପିର ଏଭଳି ଦୋମୁହାଁ ନୀତିକୁ କଂଗ୍ରେସ ସମାଲୋଚନା କରିଛି । ବିଜେଡି ମଧ୍ୟ ବିଷ୍ଣୁ ସେଠୀଙ୍କ ଆଚରଣ ଓ ଉଚ୍ଚାରଣ ନେଇ ଉଠାଇଛି ପ୍ରଶ୍ନ ।

 Women Security In Only BJP Slogan, Party MLA Bishnu Sethy Misbehaved Social Activist In A Stage

ପଦାରେ ପଡ଼ିଛି ବିଜେପିର ନାରୀ ସୁରକ୍ଷା ନାରା । ଯାହା ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଖୋଦ୍‌ ବିଜେପି ବିଧାୟକ ବିଷ୍ଣୁ ସେଠୀ ସବୁ ସୀମା ଟପି ମଞ୍ଚରେ ନାରୀନେତ୍ରୀ ତାପସୀ ପ୍ରହରାଜଙ୍କ ପ୍ରତି ଅଋଚିକର ମନ୍ତବ୍ୟ ଦେଇଛନ୍ତି । ଭଦ୍ରକରେ ଏକ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ବିଷ୍ଣୁ ସେଠୀଙ୍କ ଅଋଚିକର ମନ୍ତବ୍ୟ ରାଜନୀତିକୁ ସରଗରମ କରିଛି । ବିଷ୍ଣୁ ସେଠୀଙ୍କ ନାଁରେ ତାପସୀ ପ୍ରହରାଜ ଏତଲା ଦେଇଛନ୍ତି । ବିଷ୍ଣୁ ସେଠୀଙ୍କ ଏଭଳି ଆଚରଣକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଡ଼ା ସମାଲୋଚନା କରିଛନ୍ତି । ନାରୀଙ୍କୁ ସମ୍ମାନ ନଦେଲେ ରାବଣ ଭଳି ଦଶା ଭୋଗିବେ ବୋଲି କହିଛନ୍ତି ସୁର । ସେପଟେ ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ହେବା ଦରକାର, ସେ ନେଇ ବିଜେଡି ମତ ରଖିଛି ।

 Women Security In Only BJP Slogan, Party MLA Bishnu Sethy Misbehaved Social Activist In A Stage

କେବଳ ନାରୀନେତ୍ରୀଙ୍କୁ ଅସମ୍ମାନ ନୁହେଁ, ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ସମାରୋହରେ ବିଧାୟକ ବିଷ୍ଣୁ ସେଠୀ ହଙ୍ଗାମା କରିଥିଲେ । ଏହି ଚର୍ଚ୍ଚା ନସରୁଣୁ ନାରୀ ନେତ୍ରୀଙ୍କୁ ଅସମ୍ମାନ କରି ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ବିଜେପି ବିଧାୟକ । ଦଳୀୟ ବିଧାୟକଙ୍କ ଏଭଳି ଆଚରଣ ଉପରେ ଅଙ୍କୁଶ ନଲଗାଇ ବିଜେପି ନେତାମାନେ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚେଷ୍ଟା କରୁଛନ୍ତି । ସେପଟେ ବିଷ୍ଣୁ ସେଠୀଙ୍କ ଏଭଳି ଆଚରଣ ନେଇ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି ଆୟୋଜକ । ବିଜେପି ନେତାମାନେ ନାରୀ ପ୍ରସଙ୍ଗରେ ହୋହଲ୍ଲା କରୁଥିବା ବେଳେ ନାରୀଙ୍କ ପ୍ରତି ନିଜ ବିଧାୟକଙ୍କ ଏଭଳି ଆଚରଣକୁ ନେଇ ଚର୍ଚ୍ଚା ହେଉଛି ।

Leave a Reply